Site icon Awaj Media

ବାଙ୍କୀ ବିଜେଡି ପାଇଁ ହ୍ୟାଟ୍ରିକ ସେଲିବ୍ରେସନ ର ଅବସର !!!

Spread the love

ଚଳିତ ସପ୍ତାହରେ ଲଗାତାର ତିନି ଦିନ ( ୨୪ , ୨୫ , ୨୬ ) ଉତ୍ସବ ପାଳନର ମଉକା

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବର୍ଷ ୨୦୨୧ ର ଶେଷ ମାସର ଶେଷ ସପ୍ତାହରେ ବାଙ୍କୀ ବିଜେଡି ପାଇଁ ଆସିଛି ହ୍ୟାଟ୍ରିକ ସେଲିବ୍ରେସନ ର ମଉକା . ଡିସେମ୍ବର ମାସର ୨୪ , ୨୫ ତାରିଖରେ ଦଳର ଦୁଇ ନେତାଙ୍କର ( ତ୍ରିପାଠୀ ଆଣ୍ଡ ସନ୍ସ ) ଜନ୍ମଦିନ ଏବଂ ଡିସେମ୍ବର ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ ପଡୁଥିବାରୁ ବାଙ୍କୀ ବିଜେଡି କର୍ମୀ ବେଶ ଉତ୍ସାହିତ ଅଛନ୍ତି . ଡିସେମ୍ବର ୨୪ ତାରିଖରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ଡିସେମ୍ବର ୨୫ ତାରିଖରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କର ଜନ୍ମଦିନ ପଡୁଛି . ଦଳର ଛାମୁଆ କର୍ମୀମାନେ ଆଗରୁ ବ୍ୟାନର ପୋଷ୍ଟର ତିଆରି କରି କେଉଁଠି କୋଉ କାର୍ଯ୍ୟକ୍ରମ କରିବେ ସେଥିପାଇଁ ପୁରା ସଜବାଜ ଆରମ୍ଭ କରି ସାରିଲେଣି . ନେତା ସବୁବେଳେ ଉତ୍ସବ ପାଳନର ମଉକା ଖୋଜନ୍ତି , କର୍ମୀଙ୍କ ମେଳରେ ଯେତିକି ଅଧିକ ସମୟ କାଟିବେ ନିଜର ଭୋଟ ବ୍ୟାଙ୍କ ସେତେ ଅଧିକ ମଜବୁତ . ଗତ ବର୍ଷ କୋଭିଡ କଟକଣା କାରଣରୁ ସମସ୍ତ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଥିଲା . ତେବେ କରୋନା କଟକଣା ସମୟରେ କୁସୁପଙ୍ଗୀ ସରପଞ୍ଚଙ୍କର ଜନ୍ମଦିନ କେକ କାଟି ଗହଳି ଜମାଇ ସମାଲୋଚିତ ହେବା ପରେ ବାଧ୍ୟ ହୋଇ ନିଜ ଜନ୍ମଦିନକୁ ଫେସବୁକ ମେସେଜ ରେ ସିମୀତ ରଖିଥିଲେ ବିଧାୟକ ଏବଂ ପୂର୍ବତନ ବିଧାୟକ . ହେଲେ ଚଳିତ ବର୍ଷ ପୁରା କଟକଣା ଫ୍ରି କାର୍ଯ୍ୟକ୍ରମ . ପୁଣି ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆଶାୟୀଙ୍କ ଠାରୁ ଭଲ ଉପହାର ମିଳିବାର ସମ୍ଭାବନା . ତେବେ ବାଙ୍କୀ ଅଞ୍ଚଳର ଚା ଖଟିରେ ଏକ ଚର୍ଚ୍ଚା ଜୋର ଧରିଛି , ବିଗତ ଦିନରେ ରାଣୀହାର ଉପହାର ଦେଇ ଫୋକସ କୁ ଆସିଥିବା ପୂର୍ବ ବାଙ୍କୀଆ ନେତା ଏଥର ଜନ୍ମଦିନରେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ କଣ ଉପହାର ଦେବେ . ଗତ ବର୍ଷ ଅପେକ୍ଷା ଏବେର ଅବସ୍ଥା ଭଲ ନାହିଁ , ସହଜେ ସବୁ ମହାଙ୍ଗା ହେଇଛି . ତା ଉପରେ ପୁଣି ବିଜେପି ଓ କଙ୍ଗ୍ରେସିଆ ମନରେଗା ମୁଦା ଉଠାଇ ପୁରା ରାମ୍ପି ଦେଇଛନ୍ତି . ତେଣୁ ମନକୁ ପାଇଲା ଭଳିଆ ଉପହାର ଦେବାକୁ ଯୋଜନା କରିଛନ୍ତି ଯୁବ ବିଜେଡି ରୁ ତଡା ଖାଇଥିବା ନେତା . ଯାହା ଶୁଣିବାକୁ ମିଳୁଛି ଏଇ ଉପହାର ଉପରେ ନିର୍ଭର କରୁଛି ଜିଲ୍ଲା ପରିଷଦ ଟିକେଟ ଖଣ୍ଡିକ . ସେ ଯାହା ବି ହେଉ , ବାଙ୍କୀ ବିଜେଡିର ଦୁଇ ଶୀର୍ଷ ନେତାଙ୍କୁ ଜନ୍ମଦିନରେ ଅନେକ ସୁମନାସ . ବାଙ୍କୀ ବିଜେଡି ର ହ୍ୟାଟ୍ରିକ ସେଲିବ୍ରେସନ ଭଲରେ ହେଉ , ଆମେ ବହୁତ ଖୁସି – ଆଉ ଆପଣମାନେ ଖୁସି ତ !!!

Exit mobile version