Site icon Awaj Media

ସରସ୍ଵତୀ କଳା ପରିଷଦର ବାର୍ଷିକ ଉତ୍ସବରେ ଉଦଘାଟକ ଭାବେ ଯୋଗଦାନ କରିବେ ସାହିତ୍ୟିକା ସରୋଜ ନଳିନୀ ପରିଜା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮ ତମ ବାର୍ଷିକ ଉତ୍ସବ ଏବଂ ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଚଳିତ ବର୍ଷ ଡିସେମ୍ବର ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ବ୍ୟାପି ଉମାକାନ୍ତ ମଣ୍ଡପରେ ପାଳିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ପରିଷଦ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ବିଶିଷ୍ଟ କବୟିତ୍ରୀ ସରୋଜ ନଳିନୀ ପରିଜା ମହୋଦୟା ଉଦଘାଟକ ଭାବେ ଯୋଗଦାନ କରିବାକୁ ସଦୟ ସୀକୃତି ପ୍ରଦାନ କରିଛନ୍ତି । ଆୟୋଜିତ ବୈଠକରେ ସଂପାଦକ ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ, କରୋନା ଯୋଦ୍ଧା ଅଭିରାମ ସାହୁ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ଉପଦେଷ୍ଟା ପ୍ରଲବ୍ୟ ମହାପାତ୍ର, ଅଭିନେତା ଦୈତାରୀ ପ୍ରଧାନ, ହେମନ୍ତ ପ୍ରଧାନ, ଶ୍ରୀଧର ସ୍ଵାଇଁ, ଗୁରୁ ମହାଦେବ ମହାରଣା, ସଚ୍ଚିଦାନନ୍ଦ ବାରିକ, ପ୍ରଶାନ୍ତ ପଣ୍ଡା, ରଶ୍ମି ରଂଜନ ଶତପଥୀ, ଅଜୟ ଦାସ ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version