ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଏବଂ ଅଲେଖ ମହାନ୍ତି ମେମୋରିଆଲ ଟ୍ରଷ୍ଟ ସହଯୋଗରେ ଦୁଇ ଦିନ ଧରି ଜାଭିଅର ହାଇସ୍କୁଲ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପୁରୁଷୋତ୍ତମପୁର ବି.ଡ଼ି.ଓ ବିଜୟ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଏବଂ ସ୍କୁଲର ଅଧ୍ୟକ୍ଷ ଶକ୍ତି ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ । ଉଦଯାପନୀ ଦିବସରେ ବାଣପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁ ଏବଂ ଟାଙ୍ଗୀ ମାଉଣ୍ଟ ଲିଟେରା ଜି ସ୍କୁଲ ଅଧ୍ୟକ୍ଷ ପ୍ରବୋଧ କୁମାର ମିଶ୍ର ଯୋଗଦେଇ ସମସ୍ତ କ୍ରୀଡ଼ାବିତ ମାନଙ୍କୁ ଉତ୍ସହିତ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ୨୮ଟି ଟିମ ଯୋଗ ଦେଇଥିଲେ . ବରିଷ୍ଠ ବିଭାଗରେ ଖୋର୍ଦ୍ଧା ଟିମ ବାଲୁଗାଁ ଟିମ କୁ ହରାଇ ଚମ୍ପିୟାନ ହୋଇଥିଲେ । ସେହିପରି କନିଷ୍ଠ ବିଭାଗରେ ଭୁବନେଶ୍ୱର ଟିମ ଚାମ୍ପିୟନ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶ୍ୱଜିତ ଶତପଥୀ, ରବି ନାରାୟଣ ହୋତା, କେ. ଉମା ମହେଶ୍ୱର ଆଚାରୀ ଏବଂ ସର୍ବଶେଷରେ ସତ୍ୟ ନାରାୟଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ !!!

