Site icon Awaj Media

ଜାତୀୟ କନିଷ୍ଠ ଭଲିବଲ୍ ଟିମ ରେ ବାଣପୁର ର ଦୁଇ ପୁଅ – ସିଦ୍ଧାନ୍ତ ପ୍ରଧାନ , ଆଶିଷ ସ୍ୱାଇଁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୪୭ ତମ ଜାତୀୟ କନିଷ୍ଠ ଭଲିବଲ୍ ପତିଯୋଗିତା ପାଇଁ ମଙ୍ଗଳବାର ଓଡ଼ିଶା ଦଳ ଘୋଷିତ ହୋଇଛି । ଦଳ ଘୋଷଣା ପୂର୍ବରୁ କିଟ୍ ବିଶ୍ୱ ବିଦ୍ୟାଳୟରେ ଠାରେ ଚଳିତ ମାସ ୧୨ ତାରିଖରେ ଏକ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୪୦ ବାଳକ ବାଳିକା ଭାଗ ନେଇଥିଲେ , ଏମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ପରୀକ୍ଷଣ ଶିବିର ଲାଗି ବଛା ଯାଇଥିଲା । ପରୀକ୍ଷଣ ଶିବିର ପରେ ୧୨ ଲେଖାଏଁ ବାଳକ ବାଳିକାଙ୍କୁ ଜାତୀୟ ପତିଯୋଗିତାକୁ ଚୟନ କରାଯାଇଥିଲା . ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଜଗନ୍ନାଥପୁର ଏସ ଏସ କ୍ଲବ ର ଦୁଇଜଣ ଯୁବକ ଙ୍କୁ ଜାତୀୟ କନିଷ୍ଠ ଭଲିବଲ୍ ପ୍ରତିଯୋଗିତା ଖେଳିବାକୁ ଚୟନ କରାଯାଇଛି . ବାଣପୁର ଗୋବିନ୍ଦପୁର ଗ୍ରାମର ସିଦ୍ଧାନ୍ତ ପ୍ରଧାନ, ଚାଷଙ୍ଗରା ଗ୍ରାମର ପୁଅ ଆଶିଷ ସ୍ୱାଇଁ । ଏମାନଙ୍କ ସହ ୬ ଅଧିକାରୀ ୨୩ ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରିବେ । ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଅରୋବିନ୍ଧ ଷ୍ଟାଡିୟମରେ ଚଳିତ ମାସ ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବ । କିଟ୍ ଓ କିସର ପ୍ରତିଷ୍ଠାତା ତଥା ଭାରତୀୟ ଭବିବଲ୍ ସଂଘ ସଭାପତି ଅଚ୍ୟୁତ ସାମନ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଶୁଭ କାମନା ଜଣାଇଛନ୍ତି । ଓଡ଼ିଶା ଭଲିବଲ୍ ସଂଘ ସମ୍ପାଦକ ଗଗନେନ୍ଦୁ ଦାସଙ୍କ ତତ୍ତ୍ଵବଧାନରେ ଚୟନ ଓ ପ୍ରଶିକ୍ଷଣ ଆୟୋଜିତ ହୋଇଥିଲା ।

Exit mobile version