କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରାମାୟଣ ପଠନ ଓ ଶ୍ରବଣ ଦ୍ଵାରା ମଣିଷ ମାର୍ଜିତ ହେବା ସହ ଆଦର୍ଶ ପରିବାର ଓ ଶୃଙ୍ଖଳିତ ସମାଜ ଗଠନରେ ବ୍ରତୀ ହୋଇଥାଏ ବୋଲି ପଣ୍ଡିତ ବ୍ରାହ୍ମଣ ମାନେ ମତ ବ୍ୟକ୍ତ କରିଛନ୍ତି | ବିରିଡ଼ି ବ୍ଲକ ଉତ୍ତରଶାସନ ପଞ୍ଚାୟତରେ ଇଷ୍ଟଦେବ ମହାବୀର ହନୁମାନ ପୀଠରେ ଓଢନ ଷଷ୍ଠୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀ ବାଲ୍ମିକୀ ରାମାୟଣ ମହୋତ୍ସବରେ ପ୍ରତ୍ୟେହ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ପରେ ରାମାୟଣ ପାଠ କରାଯାଇଥାଏ | ପଣ୍ଡିତ ସୁବୋଧଚନ୍ଦ୍ର ବ୍ରହ୍ମାଙ୍କ ତତ୍ତ୍ଵବଧାନରେ ପଣ୍ଡିତ ଗୁରୁପ୍ରସାଦ ରଥ,ପ୍ରମୋଦ କୁମାର କର,ଚନ୍ଦ୍ରମଣି ଦାସ, କବି ପୀତାମ୍ବର ମହାପାତ୍ର, ଭବନୀକାନ୍ତ ପଣ୍ଡା, ଅକ୍ଷୟ କୁମାର ବ୍ରହ୍ମା,ସତ୍ୟବ୍ରତ ରଥ,ସନ୍ଦୀପ ମହାପାତ୍ର,ଉମାକାନ୍ତ ରଥ, ସଂବିତ୍ ମହାପାତ୍ର ପ୍ରମୁଖ ପାଠ କରୁଥିବା ବେଳେ ଉମାକାନ୍ତ ବେହେରା,ବିଜୟ କୁମାର ପଣ୍ଡା,ଧନଞ୍ଜୟ ବ୍ରହ୍ମା,ରାଜେଶ ଦାସ, ଶନ୍ତାମଣୀ ଶତପଥୀ,ଭଗ୍ୟଧର ବେହେରା,ଚନ୍ଦ୍ରଶେଖର ଶତପଥୀ,ପ୍ରମୋଦ କୁମାର ଶତପଥୀ ପ୍ରମୁଖ ଏହି ଏକାଦଶ ଦିବସୀୟ କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଛନ୍ତି| ପଣ୍ଡୁପୂର୍ଣ୍ଣିମା ରବିବାର ଦିନ ଏହି ପାଠ ଉଦଯାପନ ହେବ ବୋଲି କର୍ମକର୍ତ୍ତା ମାନେ ଜଣାଇଛନ୍ତି |
ମହାବୀର ହନୁମାନ ପୀଠରେ ବାଲ୍ମିକୀ ରାମାୟଣ ପାଠ !!!

