Site icon Awaj Media

ସମାଜସେବୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଦର ଗ୍ରାମରେ ସମାଜସେବୀ ବାସୁଦେବ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷାବିତ ରାଜକିଶୋର ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ପୂର୍ବତନ ସମିତି ସଭ୍ୟ ଶିଶିର କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ ବିଜେଡି ନେତା ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ସୁବାସ ଚନ୍ଦ୍ର ମହାନ୍ତି ମୁଖ୍ୟବକ୍ତା, ସମାଜସେବୀ ବାଇଧର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଶ୍ରୀ ଦାସଙ୍କ କର୍ମମୟ ଓ ରାଜନୈତିକ ଜୀବନ ଉପରେ ମତବ୍ୟକ୍ତ କରିଥିଲେ । ସଭାର ପ୍ରାରମ୍ଭରେ ସ୍ଵର୍ଗତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଗାୟକ ସ୍ୱରସୁଧା ରମେଶ କୁମାର ମହାପାତ୍ର ଧୁଡୁକି ସଙ୍ଗୀତ ପରିବେଷଣ କରି ଥିଲେ । ଶେଷରେ ଜ୍ୟୋଷ୍ଠ ପୁତ୍ର ହରେକୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version