Site icon Awaj Media

ଟାଙ୍ଗୀ ଅବକାରୀ ବିଭାଗର ଚଢାଉ : ୧୬୦୦ ଗ୍ରାମ୍ ଗଞ୍ଜେଇ ଜବତ , ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀ ଅବକାରୀ ବିଭାଗ ତରଫରୁ କମାଗୁରୁ ଗ୍ରାମରେ ଚଢାଉ କରାଯାଇ ୧୬୦୦ ଗ୍ରାମ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି . ଅଭିଯୁକ୍ତ ଜଣକ କୃଷ୍ଣଚନ୍ଦ୍ର ମଙ୍ଗରାଜ ଏବଂ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ . ଗିରଫ ଅଭିଯୁକ୍ତ ଗାଁ ଗାଁ ବୁଲି ଗଞ୍ଜେଇ ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ପାଖରେ ଅଭିଯୋଗ ପହଞ୍ଚିବା ପରେ ଆଜି ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା । ଅବକାରୀ ଟିମ୍ କୁ ଦେଖି ଅଭିଯୁକ୍ତ ଖସି ପଳାଉଥିବା ବେଳେ ତାକୁ ତା ଘର ନିକଟରୁ କାବୁ କରିଥିଲେ ଅବକାରୀ ବିଭାଗର କର୍ମଚାରୀ ମାନେ । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Exit mobile version