Site icon Awaj Media

ବାଣପୁର ପଞ୍ଚାୟତ ସମିତିରେ ଅନୁଷ୍ଠିତ ହେଲା ମିଶନ ଶକ୍ତି ଋଣମେଳା !!!

Spread the love

!!! ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ପାଞ୍ଚ କୋଟି ପଞ୍ଚାବନ ଲକ୍ଷ ଟଙ୍କା ଋଣ ବଣ୍ଟନ କରାଗଲା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପଞ୍ଚାୟତ ନିର୍ଵାଚନ ପାଖେଇ ଆସୁଥିବା ବେଳେ ସରକାର ଓ ବିରୋଧୀ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି । ନିର୍ବାଚନ ପୂର୍ବରୁ ବାଣପୁର ପଞ୍ଚାୟତ ସମିତି ଓ ମିଶନ ଶକ୍ତି ଆନୁକୂଲ୍ୟରେ ଆଜି ମହିଳା ମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ନେଇ ବାଣପୁର ପଲଟଣ ପଡିଆ ଠାରେ ଏକ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ପ୍ରାୟ ୧୬୭ ଟି ମହିଳା ସହାୟକ ଗୋଷ୍ଠୀ ଙ୍କୁ ୫ କୋଟି ୫୫ ଲକ୍ଷ ଟଙ୍କାର ଋଣ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ବି ଡି ଓ ପ୍ରଦ୍ୟୁମ୍ନ ନାୟକଙ୍କ ଉପସ୍ଥିତିରେ ବ୍ୟାଙ୍କ ଚେକ ମାଧ୍ୟମରେ ବଣ୍ଟନ କରାଯାଇଛି । ବିଧାୟକ ଜଗଦେବ, ଏହି ଋଣ ମେଳା ଅନୁଷ୍ଠିତ ହୋଇ ମହିଳା ମାନଙ୍କୁ ଋଣ ଦେବା ଦ୍ୱାରା ମହିଳା ମାନେ ଆତ୍ମ ନିର୍ଭରଶୀଳ ହୋଇ ପରିବାର ପ୍ରତିପୋଷଣ କରିପାରିବେ ଏବଂ ରାଜ୍ୟର ମା’ ମାନଙ୍କୁ ଆଉ ଘର କୋଣରେ ନ ରଖି ପୁରୁଷ ମାନଙ୍କ ଭଳି ରୋଜଗାର କ୍ଷମ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଲକ୍ଷ ବୋଲି ଅଭିଭାଷଣ ଦେବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓଏଲଏମ ଶିବସୁନ୍ଦର ଜାଲି , ବି ପି ସି ରଶ୍ମିତା ଇନ୍ଦ୍ରଜିତ, ବିଏଲସି ଗୋପାଳ ବେହେରା, ଏସ ଡି ସି ପୁନମ ପ୍ରୀତମ ହୋତା ସୁଚାରୁ ରୁପେ ପରିଚାଳନା କରିଥିଲେ ।

Exit mobile version