ଦୁଇ ବାଇକ ମୁହାଁମୁହିଁ ଧକ୍କା : ଦୁଇ ଜଣକ ଅବସ୍ଥା ସଙ୍କଟାପନ୍ନ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ମାଣିବନ୍ଧ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରୁ ଦୁଇ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ଗୁରୁବାର ଦିନ ସମୟ ୧୧ଟା ସମୟରେ ଭାପୁର – ଖଣ୍ଡପଡା ରାସ୍ତା ମାଣିବନ୍ଧ ଛକ ନିକଟସ୍ଥ ରାସ୍ତାରେ ଘଟିଛି ସଡକ ଦୁର୍ଘଟଣା ।ଦୁଇ ବାଇକ ଦ୍ରୁତଗତିରେ ମୁହାଁମୁହିଁ ଧକ୍କା ହୋଈଥିଲା । ବନମାଳୀପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଦିପୁ ପାଢ଼ୀ ଓ ପ୍ରଭାତ କୁମାର ସେଠୀ ବାଇକରେ କୈଣସି କାମରେ କଳାପଥର ଯାଉଥିଲେ । ସେହି ସମୟରେ ବନମାଳୀପୁର ଅଞ୍ଚଳର କାର୍ତ୍ତିକ ପଲେଇ ନିଜ ବାଇକରେ ଭୁବନେଶ୍ୱରରୁ ବନମାଳୀପୁର ଫେରୁଥିଲେ । ଦୁଇ ବାଇକ ମାଣିବନ୍ଧ ଛକ ନିକଟସ୍ଥ ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଦେଖି ରାସ୍ତାରେ ଯାଇଥିବା ପିଠାଖାଇ ଗ୍ରାମ ଇନ୍ଦ୍ରମଣି ଲେଙ୍କା ଓ ତାଙ୍କ ଧର୍ମପତ୍ନୀ ବାଇକରୁ ପଡି ମଧ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଯୁବକ ମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଭାପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ସ୍ଥାନାନ୍ତରିତ କରିଥିଲେ । ଜଣେ ବ୍ୟକ୍ତିର ଗୋଡ ଭାଙ୍ଗି ଯାଇଥିବା ବେଳେ ଜଣ ବ୍ୟକ୍ତିର ମୁହଁରେ ଶକ୍ତ ଆଘତ ଲାଗିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *