କଟକ ସଦର ( ଆୱାଜ୍ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର କଳାବିହାର କନ୍ଦରପୁର ର ୧୮ ତମ ବାର୍ଷିକ ଉତ୍ସବ ଏବଂ ମେଧା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଚଳିତ ବର୍ଷ ଡିସେମ୍ବର ମାସ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଉମାକାନ୍ତ ମଣ୍ଡପରେ ପାଳିତ ହେବ . ଆୟୋଜିତ ପ୍ରସ୍ତୁତି ବୈଠକ ରେ ସମସ୍ତ ଆନୁସଙ୍ଗିକ ବିଷୟ ସମ୍ପର୍କରେ ଆଲୋଚନା କରାଯାଇଥିବା ସମୟରେ ଚଳିତ ବର୍ଷ ଉତ୍ସବରେ ସମାଜସେବୀ ଇଂ. ବସନ୍ତ ରାଉତ ମହୋଦୟ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବାକୁ ସଦୟ ସୀକୃତି ପ୍ରଦାନ କରିଛନ୍ତି । ଅନୁଷ୍ଠିତ ବୈଠକରେ ସଂପାଦକ ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ, କବି ପିତାମ୍ବର ମହାପାତ୍ର, ସାହିତ୍ୟିକ ଶୁକଦେବ ପରିଡ଼ା, ଅଭିରାମ ସାହୁ, ପ୍ରଫୁଲ୍ଲ ଦାସ, ପ୍ରଲବ୍ୟ ମହାପାତ୍ର, ଦୈତାରୀ ପ୍ରଧାନ, ହେମନ୍ତ ପ୍ରଧାନ, ଶ୍ରୀଧର ସ୍ଵାଇଁ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
କନ୍ଦରପୁର ମହୋତ୍ସବ – ୨୦୨୧ : ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବେ ସମାଜସେବୀ ଇଂ.ବସନ୍ତ କୁମାର ରାଉତ !!!

