Site icon Awaj Media

ନୟାଗଡ଼ ମ୍ୟୁନିସିପାଲଟି ରେ ଯୋଡି ହେଲା ବିକାଶ ର ଆଉ ଏକ ଫର୍ଦ୍ଦ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିକାଶ ର ଆଉ ଏକ ଫର୍ଦ୍ଦ ଯୋଡି ହେଲା ନୟାଗଡ଼ ମ୍ୟୁନିସିପାଲଟି ରେ । ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ପଦ୍ମନାଭ ବେହେରା ,ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଦକ୍ଷିଣ କାଳୀ ପଡିଆ ଠାରେ ଏକ ଅତ୍ୟାଧୁନିକ ଜିମ୍ ଏବଂ ନୟାଗଡ଼ ନୂତନ ବସଷ୍ଟାଣ୍ଡ ଠାରେ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ କରିବା ସହ ନୟାଗଡ଼ ପୁରୁଣା ସହରରେ ଏକ ଜିଲ୍ଲାସ୍ତରୀୟ ପାଠାଗାର ନବୀକରଣର ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥି ସହିତ ନୟାଗଡ଼ ବାସୀଙ୍କ ବହୁ ପ୍ରତିକ୍ଷିତ ନୂତନ ବସଷ୍ଟାଣ୍ଡ ଉଦଘାଟନ କରିଛନ୍ତି । ଉତ୍ସବରେ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ନୟାଗଡ଼ ବସଷ୍ଟାଣ୍ଡ ସାରା ଓଡ଼ିଶାରେ ଅନ୍ୟତମ ବୋଲି ପ୍ରକାଶ କରିଥିବା ବେଳେ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ସାହୁ ନିଜେ ବସ ଚଳାଇ ବସଷ୍ଟାଣ୍ଡ ର ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ , ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଘରୋଇ ବସ ମାଲିକ ସଂଘ ର ସଭାପତି ଶେକ୍ ୟୁସୁବ ସମ୍ପାଦକ ମନୋଜ କୁମାର ନୟକ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version