Site icon Awaj Media

ଚୋରା ଗହଣା କିଣିଥିବା ବ୍ୟବସାୟୀ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଛିନତାଇ ହୋଇଥିବା ସୁନା ଗହଣା କିଣିଥିବା ଅଭିଯୋଗରେ ପୁଲିସ ଜଣେ ଗହଣା ଦେକାନୀଙ୍କୁ ସୋମବାର ଗିରଫ କରିଛି। ସୂଚନା ଅନଯାୟୀ, ଗତ କିଛିଦିନ ତଳେ ଅନୁଗୁଳ ସହର ତାମ୍‌ରିତ୍ ‌‌କଲୋନୀରେ ଜଣେ ମହିଳାଙ୍କ ସୁନା ଚେନ୍ ଛିନତାଇ ହୋଇଥିଲା । ଏହି ସୁନା ଚେନ୍ କୁ ନାଲକୋ ଥାନା ଅଞ୍ଚଳର ସରୋଜ ସାହୁ ନାମକ ଜଣେ ଗହଣା ଦୋକାନୀ କିଣିଥିଲେ । ଅଭିଯୁକ୍ତଙ୍କ ବୟାନକୁ ଭିତ୍ତିକରି ପୁଲିସ ସୋମବାର ସରୋଜଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

Exit mobile version