Site icon Awaj Media

ଚିଲିକାରେ ବିଜେଡି ପ୍ରତିଷ୍ଠା ଦିବସ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସକୁ ସାରା ରାଜ୍ୟରେ ଦଳୀୟ କର୍ମୀମାନେ ପାଳନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିରେ ମଧ୍ୟ ଦଳୀୟ କର୍ମୀ ମାନେ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି l ତେବେ ଚିଲିକାରେ ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଏବଂ ଦଳରୁ ନିଲମ୍ବିତ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ପୃଥକ ପୃଥକ ଭାବେ ଦୁଇ ଗୋଟି ବିଶାଳ ରାଲି କରିଥିବାର ଦେଖାଯାଇଛି l ପୂର୍ବତନ ବିଧାୟକ ରଘୁନାଥ ସାହୁ ଶତାଧିକ ଦଳୀୟ କର୍ମୀଙ୍କୁ ନେଇ ସମଗ୍ର ବାଲୁଗାଁ ଏନଏସି ରେ ବିଶାଳ ପଦଯାତ୍ରା କରିବା ସହ ଗାନ୍ଧୀଛକରେ ପଥପ୍ରାନ୍ତ ସଭା କରିଥିଲେ l ସେହିପରି ଭାବେ ବର୍ତ୍ତମାନର ନିଲମ୍ବିତ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଦଳୀୟ ଚି଼ହ୍ନରେ ଶତାଧିକ କର୍ମୀଙ୍କୁ ନେଇ ବାଲୁଗାଁ ପୂର୍ତ୍ତବଙ୍ଗଳା ନିକଟରୁ ଏକ ବିଶାଳ ବାଇକ ରାଲିରେ ବାହାରି ବାଣପୁର ପଲଟନ ପଡିଆ ପହଂଚିଥିଲେ ଏବଂ ଏକ ବିଶାଳ ଦଳୀୟ ସଭାକୁ ସମ୍ବୋଧିତ କରିଥିଲେ l ତେବେ ଏଠି ଗୋଟିଏ ଦଳ ପକ୍ଷରୁ ଦୁଇ ଗୋଟି କାର୍ଯ୍ୟକ୍ରମକୁ ସହଜରେ ହଜମ କରିପାରୁ ନାହାନ୍ତି ସ୍ଥାନୀୟ ଜନସାଧାରଣ l

Exit mobile version