Site icon Awaj Media

ସୁଜିତ୍ ପ୍ରଧାନ ମେମୋରିଆଲ ତାଳବସ୍ତ ପ୍ରିମିୟର ଲିଗ୍ ଉଦଯାପିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ଗ୍ରାମର ଯୁବ ସମାଜସେବୀ ତଥା ଉଦିୟମାନ କ୍ରିକେଟ୍ ଖେଳାଳୀ ସୁଜିତ୍ ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ତାଳବସ୍ତ ପ୍ରିମିୟର ଲିଗ୍ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାଵେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ବିଜେତା ତଥା ଆୟୋଜକ ଦଳ ତାଳବସ୍ତର ଭାଇ ଭାଇ କ୍ରିକେଟ୍ ଟିମ୍ ଏବଂ ରନର୍ସ ଅପ ଅରପୁର ମହାବୀର କ୍ରିକେଟ ଓ ନିସ୍ତିପୁରର ଅରାଚଣ୍ତୀ ଦଳକୁ ଟ୍ରଫି ସହ ନଗଦ କ୍ୟାସ ପ୍ରାଇଜ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ସାମୁହିକ ସମସ୍ତ ପ୍ରକାର କ୍ରୀଡାର ଉନ୍ନତିକରଣ ପାଇଁ ପ୍ରାଥମିକ ସ୍ତରରୁ ଯାହା କିଛି ଉପାଦାନ ଦରକାର, ତାହାକୁ ତତକ୍ଷଣାତ ଯୋଗାଇ ଦିଆଯିବ ବୋଲି ବିଧାୟକ ତାଙ୍କ ବକ୍ତବ୍ୟରେ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ ।ସ୍ଥାନୀୟ ସରପଞ୍ଚ ଦିନବନ୍ଧୁ ସାହୁଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଡମପଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଯୁବ ସମାଜସେବୀ ମାନସ କୁମାର ମହାପାତ୍ର, ଯୁବନେତା ରାଜକିଶୋର ମହାନ୍ତି ,ବିଲିପଡା ସରପଞ୍ଚ , ବିଶିଷ୍ଟ ଯୁବଦ୍ୟୋଗୀ ଅକ୍ଷୟ କୁମାର ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ନିସ୍ତିପୁର ଦଳର କୁମାର ସିପୁନ୍, ସର୍ବଶ୍ରେଷ୍ଠ କପ୍ତାନ ଭାବେ ସିଲୁ ଲେଙ୍କା ଏବଂ ବସନ୍ତ ସାହୁଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ସରିଜ୍ ଭାବେ ପୁରସ୍କୃତ ହୋଇଥିଲେ । ହଜାର ହଜାର କ୍ରିକେଟ ପ୍ରେମୀ ଟୁର୍ଣ୍ଣାମେଣ୍ଟର ଉତ୍ସାହପୂର୍ଣ୍ଣ ଖେଳକୁ ଭରପୁର ଉପଭୋଗ କରିଥିଲେ । କିଛି ବୟୋଜଷ୍ଠ ଓ ବୁଦ୍ଧିଜୀବୀ ନାଗରୀକ ପଡିଆ ମଝିରେ ପରିବେଷଣ ହେଉଥିବା ଚିୟର ଗାର୍ଲଙ୍କ ନୃତ୍ୟକୁ ନାପସନ୍ଦ କରିଥିଲେ । ତାଳବସ୍ତ ଫାଣ୍ତି ଅଧିକାରୀଙ୍କ ସହ ଦୁଇଜଣ ପୋଲିସ୍ ସୁରକ୍ଷା ବ୍ୟବସ୍ଥାରେ ଥିଲେ ମଧ୍ୟ କ୍ରିକେଟ୍ ଖେଳ ପାଖରେ କରୋନା କଟକଣା ଫୁ ମାରିଥିଲା ।

Exit mobile version