Site icon Awaj Media

ନୟାଗଡ ବିଧାୟକଙ୍କ ଖୋଲା ଆହ୍ୱାନକୁ ସ୍ୱାଗତ କଲେ କଂଗ୍ରେସ ନେତା ରଣଜିତ ଦାଶ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିରୋଧୀଙ୍କ ସହ ଛକରେ ହିସାବନିକାସ କରିବା ପାଇଁ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ଖୋଲା ଆହ୍ୱାନକୁ ସ୍ୱାଗତ କରିଛନ୍ତି କଂଗ୍ରେସ ନେତା ଆଇନଜୀବି ରଣଜିତ ଦାଶ ଏବଂ ତାରିଖ , ପ୍ରସଙ୍ଗ ଯଥାଶୀଘ୍ର ଘୋଷଣା କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ପାଲଟା ଆହ୍ୱାନ କରାଯାଇଛି l ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁସ୍ଥ ଗଣତନ୍ତ୍ର ପାଇଁ ଖୋଲା ଆଲୋଚନା ଜରୁରୀ ବୋଲି ଶ୍ରୀ ଦାଶ କହିଛନ୍ତି l ନୟାଗଡ ପାଣିପୋଇଲା ଠାରେ ଉଚ୍ଚ କ୍ଷମତାଯୁକ୍ତ ନୁଆ ଚିନିକଳ ପ୍ରତିଷ୍ଠା, ବୃତଙ୍ଗ ଜଳସେଚନ ଯୋଜନା, ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା, ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟକୁ ସରକାରୀ ଘୋଷଣା, ନୟାଗଡରେ ମେଡିକାଲ କଲେଜ ପ୍ରତିଷ୍ଠା, ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା ଶହ ଶହ ଡାକ୍ତର ପଦବୀ ପୂରଣ, ଜିଲ୍ଲାବ୍ୟାପି ହଜାର ହଜାର ଶିକ୍ଷକ ପଦବୀ ପୂରଣ, କେତେ ଯୁବକ ଯୁବତୀଙ୍କୁ ରୋଜଗାର ଦିଆଯାଇଛି, ବିପିଏଲ ହିତାଧିକାରୀଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢୁଛି ଯଦି ଦାରିଦ୍ର୍ୟ ହଟିବା ପ୍ରସଙ୍ଗ, ଗାଁଗାଁ ରେ କଙ୍ଗାରୁ କୋର୍ଟକୁ ରାଜନୈତିକ ସମର୍ଥନ ଏବଂ ଟେଣ୍ଡର ଫିକ୍ସିଙ୍ଗ ସହ ସମସ୍ତ ନିର୍ମାଣ କାମରେ ପିସି ଆଦାୟ, ଭ୍ରଷ୍ଟାଚାର ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହିସାବନିକାସ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଜାରି ପ୍ରେସ ବାର୍ତ୍ତା ରେ ପ୍ରକାଶ କରାଯାଇଛି ।

Exit mobile version