ବାଙ୍କୀ ଅଞ୍ଚଳର ସାମ୍ବାଦିକ , ଶିକ୍ଷକ , ସାମାଜିକ କର୍ମୀ ହେଲେ ସମ୍ବର୍ଦ୍ଧିତ
ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ଲୋହିଆ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ସାପ୍ତାହିକ ସମ୍ବାଦପତ୍ର ଭୋକିଲା ପେଟ ର ଅଷ୍ଟମ ବାର୍ଷିକ ଉତ୍ସବ . କାର୍ଯ୍ୟକ୍ରମ ଅବସରରେ ” ସମ୍ବାଦପତ୍ର ର କ୍ରମ ବିକାଶ ଏବଂ ସାମ୍ପ୍ରତିକ ସମୟରେ ଏହାର ଭୂମିକା ” ଶୀର୍ଷକ ଆଲୋଚନା ଚକ୍ର ଆୟୋଜନ ସହିତ ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା . ପ୍ରଫେସର ଡଃ ବିରେନ୍ଦ୍ର କିଶୋର ଦାସ କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ଯୋଗଦାନ କରିଥିଲେ . ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ . ମୁଖ୍ୟବକ୍ତା ଭାବରେ ପୂଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର , ବିଶିଷ୍ଟ ଅତିଥି ରୂପେ ଡଃ ଅଭୟ କୁମାର ନାୟକ , ସମ୍ମାନୀତ ଅତିଥି ଭାବରେ ଡଃ ଅଭିନ୍ନ କୁମାର ହୋତା , ଲକ୍ଷ୍ମୀଧର ନାୟକ , ଅଧ୍ୟାପକ ଚିନ୍ମୟ ଦାଶ , କାମଦେବ ମହାପାତ୍ର ମଞ୍ଚାସୀନ ଥିଲେ .
ସମ୍ବାଦପତ୍ର ” ଭୋକିଲା ପେଟ ” ର ସମ୍ପାଦକ ସୁଧୀର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ଏବଂ ଅନୁଷ୍ଠାନର ଆବାହକ କାଳୀଚରଣ ସିଂହ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ମନ୍ମଥ କୁମାର ସ୍ୱାଇଁଙ୍କ ରଚିତ କବିତା ପୁସ୍ତକ ‘ ସ୍ମୃତିର ଶେଫାଳୀ ‘ ଉନ୍ମୋଚିତ ହୋଇଥିଲା . ବାରଙ୍ଗ ଅଞ୍ଚଳର ସାମାଜିକ କର୍ମୀ ନଳିନୀ ରାୟ , ଡମପଡ଼ାର ସମାଜସେବୀ ମୁକେଶ ରାଉତ ଏବଂ ବାଙ୍କୀ ର ସାମ୍ବାଦିକ ଅନନ୍ତ ପଟ୍ଟନାୟକ ଙ୍କୁ ଅତିଥି ମାନେ ଫୁଲତୋଡ଼ା ମାନପତ୍ର ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ .

