Site icon Awaj Media

୬୪୭ ତମ ଦିବସରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବିତରଣ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପରାହତ କରି ସୁସ୍ଥ ଓ ସୁନ୍ଦର ସମାଜ ରଚନା କରିବା ନିମନ୍ତେ ଆଜକୁ ୬୪୭ଦିନ ଧରି ନିରସ୍ତ୍ର ସୈନିକ ସାଜି ନିରବଚ୍ଛିନ୍ନ ଭାବରେ ଲଢ଼ି ଆସୁଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାରଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ବରୀ ବ୍ଲକର ବରୁଆଁ, ସାହସପୁର, ସୁଜନପୁର, ନେଉଳା-କଟକ, ବରୀ-ମାଉଣ୍ଟ, ବାଲିଆପାଳ, ସନ୍ଥନ, ସଙ୍କାରିଗଡା, ସମେତ ଯାଜପୁର ବ୍ଲକ, ବିଂଝାରପୁର ବ୍ଲକ ଓ ଦଶରଥପୁର ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ ସଚେତନତା ସହ କରୋନାର ତୃତୀୟ ଲହର ଓ ଓମିକ୍ରନରୁ କିଭଳି ଭାବରେ ରକ୍ଷା ପାଇହେବ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି ସବୁ ବ୍ଲକ ମାନଙ୍କରେ ରାସ୍ତା କଡ଼, ବସଷ୍ଟାଣ୍ଡ, ମନ୍ଦିର ଓ ମସଜିଦ ଆଦିରେ ଜୀଵନ କାଟୁଥିବା ଗରିବ ଅସହାୟ , ଭିକ୍ଷୁକ,ଶାରିରୀକ ଅକ୍ଷମ ବ୍ୟକ୍ତି ଏବଂ ପାଗଳା/ପାଗିଳି ମାନଙ୍କୁ ବସ୍ତ୍ର, ରାସନ ସାମଗ୍ରୀ,ଫଳ, ଶୁଖିଲା ଓ ରନ୍ଧା ଖାଦ୍ୟ ,ମାକ୍ସ, ସାବୁନ, ସାନିଟାଇଜର, ମଶାରୀ ଆଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସ୍ଵାଧୀନ ନାୟକ, ରକି ଦାସ, ଶ୍ରୀକୃଷ୍ଣ ପାତ୍ର, ବର୍ଷା ରାଣୀ ମାଝୀ, ବିଶ୍ୱଜିତ ଦାସ, ବିକାଶ ଦାସ, ନରୋତ୍ତମ ବାରିକ, ଦୀପ୍ତିମୟୀ ବାରିକ, ଦେବସ୍ମିତା ଦାସ, ରଶ୍ମିତା ମଲ୍ଲିକ, ପୂଜାରାଣୀ ବେହୁରିଆ ଆଦି ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Exit mobile version