Site icon Awaj Media

କନ୍ଧମାଳ ଟିମ୍ ହ୍ୟୁମାନିଟି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଟିମ୍ ହ୍ୟୁମାନିଟି ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତୁଡିପାଜୁ ଠାରେ ହେଇଯାଇଛି |ଏହି କାର୍ଯ୍ୟକ୍ରମ ରେ ଟିମ୍ ର ଜିଲ୍ଲା ସ୍ତରର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।ଏହି ବୈଠକରେ ଟିମ୍ ର ବିଗତ ଦିନର କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ କିଭଳି ଅଧିକ ଉନ୍ନତତର କାର୍ଯ୍ୟକ୍ରମ କରି ସମାଜ ସେବା କ୍ଷେତ୍ରରେ ଏକ ଭିନ୍ନ ଧରଣର ପଦକ୍ଷେପ ନେବା ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗକୁ ଟିମ୍ ଯେମିତି ବିଭିନ୍ନ ଦିଗରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଭଲ ମନ୍ଦ ରେ ସାଥି ହେଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି। ଉକ୍ତ ସ୍ଥାନଟି ବଣଭୋଜି ନିମନ୍ତେ ଉଦ୍ଧିଷ୍ଟ ଥିବା ହେତୁ ଟିମ୍ ର କାର୍ଯ୍ୟକ୍ରମ ଶେଷ ହେବା ପରେ ଉକ୍ତ ସ୍ଥାନର ଚତୁଃପାର୍ଶ୍ଵରେ ହୋଇଥବା ଭୋଜି ର ଆବର୍ଜ୍ଜନା ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ସମସ୍ତ ସଦସ୍ୟ ସଦସ୍ୟା ପାଖା ପାଖି ପରିବେଶର ଆବର୍ଜ୍ଜନା ସଫାକରିବା ଦିଗରେ ନିୟୋଜିତ ହୋଇଥିଲେ। ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି.ଲୋକନାଥ ରାଜୁ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ପରିଚାଳନା ହୋଇଥିଲା।

Exit mobile version