Site icon Awaj Media

କମଳାକ୍ଷ ପ୍ରସାଦ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ବୁହାଳ ଗ୍ରାପର ପୂର୍ବତନ ବରିଷ୍ଠ କଂଗ୍ରେସ ନେତା, ସରପଞ୍ଚ ତଥା ବୁହାଳୋ ଗ୍ରା.ପ. କଂଗ୍ରେସ କମିଟି ସଭାପତି କମଳାକ୍ଷ ପ୍ରସାଦ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ବ୍ଲକ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ବୁହାଳୋ ଗ୍ରା.ପ. ର ପୂର୍ବତନ ସମିତି ସଭ୍ୟ ନିଗମ ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ କହିଥିଲେ କି କମଳାକ୍ଷ ଦାଶ ଥିଲେ ଜଣେ ଏ ଅଞ୍ଚଳର ଏକ ଆଦର୍ଶବାଦୀ ନେତା । ତାଙ୍କ ସମକକ୍ଷ ନେତୃତ୍ୱ ମିଳିବା କଷ୍ଟକର । ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଜିର ଯୁବକମାନେ ରାଜନୀତିକୁ ଆସିଲେ ଯାଇ ବର୍ତ୍ତମାନର ରାଜନୀତିରେ ଚାଲିଥିବା ଅରାଜକତା, ଭ୍ରଷ୍ଟାଚାର, ଦୁର୍ନୀତି ଲୋପ ହେବ ନଚେତ ଆଦର୍ଶବାଦ ରାଜନୀତି ଆଶା କରିବା ବୃଥା ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ବେହେରା, ସାହିତିକ୍ୟ ଡ଼.ଗୋବିନ୍ଦ ଭୂୟାଁ, ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ବେହେରା, ପୂର୍ବତନ ସରପଞ୍ଚ ନାରାୟଣ ଦ୍ୱିବେଦୀ , ଆଇନଜୀବୀ ଆକାଶ ଭୂୟାଁ, ଆଇନଜୀବୀ ଭାସ୍କର ବେହେରା, ଆଇନଜୀବୀ ଚିତ୍ତରଞ୍ଜନ ରାଉତରାୟ, ସୁଧାଂଶୁ ଶେଖର ସାମନ୍ତରାୟ, ସମୀର କୁମାର ସାହୁ, ସତ୍ୟଜିତ ସାହୁ, କ୍ଷୀରୋଦ କୁମାର ଦାସ, ଜ୍ଞାନ ରଞ୍ଜନ ଦାଶ, ଆଲୋକ କୁମାର ସେଠୀ, ଅଜୟ କୁମାର ସେଠୀ, ରାମଚନ୍ଦ୍ର ମଳିକ, ପ୍ରଶାନ୍ତ କୁମାର ବେହେରା, ଗୋକୁଳାନନ୍ଦ ସାହୁ, ସୁବ୍ରତ କୁମାର ସାହୁ, ଦିଲ୍ଲୀପ କୁମାର ବରାଳ, ଦେବାଶିଷ ଦାଶ, ନିରଞ୍ଜନ ବାରିକ, ନରହରି ମଳିକ, ସୁନାକର ସେଠୀ, ଉତ୍ତମ ମଳିକ, ଅକ୍ଷୟ କୁମାର ଦାସ, ସୁକଦେଵ ମଳିକ, ରଜନନୀକାନ୍ତ ନାୟକ, ରଜନୀକାନ୍ତ ବେହେରା, ଉମାକାନ୍ତ ଦାସ ପ୍ରଭୁତି ଉପସ୍ଥିତ ରହି ସ୍ୱର୍ଗତ ଦାଶଙ୍କ ତୈଳଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ଦାଶ ଜଣେ ଅମାୟୀକ ଅଦ୍ୱିତୀୟ ନିଷ୍ଠାବାନ ସଚ୍ଚୋଟ କଂଗ୍ରେସ ନେତା ଥିଲେ । ଆଜି ଓଡ଼ିଶା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି କଂଗ୍ରେସ ଦଳର 100 ତମ ପ୍ରତିଷ୍ଠା ଦିବସ ଓ ସର୍ବଭାରତୀୟ ସ୍ତରରେ 135 ତମ ପ୍ରତିଷ୍ଠା ଦିବସ ପାଳନ କରୁଥିଲା ବେଳେ ଆମ୍ଭେମାନେ ଆଜି ଜଣେ ଆଦର୍ଶବାଦୀ ସଚ୍ଚା କଂଗ୍ରେସ ନେତାଙ୍କ ଶ୍ରଦ୍ଧାଞ୍ଜଳି ସଭା କରୁଛେ ସେଥିପାଇଁ ଆମ୍ଭେମାନେ ସମସ୍ତେ ଗର୍ବିତ ଓ ଉତ୍ସାହିତ ଅଛୁ ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ ।

Exit mobile version