Site icon Awaj Media

ନୂଆ ବର୍ଷରେ ନୂଆ ଭିଜନ ନେଇ କାମ କରିବ ଅନୁଗୁଳ ପୌରପାଳିକା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ୨୦୨୧ ରେ ଢେର ବଦନାମ ମୁଣ୍ଡାଇଥିବା ଅନୁଗୁଳ ପୌରପାଳିକା ନୂଆ ବର୍ଷରେ ନୂଆ ଭିଜନ ନେଇ କାମ କରିବାକୁ ଅଣ୍ଟା ଭିଡ଼ିଛି । ଏଥିପାଇଁ ଟେଣ୍ଡର ଆହ୍ୱାନ ବି କରାଯାଇ ସାରିଲାଣି । ଏହି ଯୋଜନାରେ ଅନୁଗୁଳ-ତାଳଚେର ପୌରପାଳିକାକୁ ଅଧିକ କାର୍ଯ୍ୟକ୍ଷମ ଓ ସ୍ମାର୍ଟ କରାଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ସ୍ମାର୍ଟ ୱେଷ୍ଟ ମ୍ୟାନେଜମେଣ୍ଟ, ସିଟି ଜିଆଇଏସ ମ୍ୟାପିଂ ସିଷ୍ଟମ, ସିସିଟିଭି ଇଣ୍ଟର ଆକସନ ଏହି ପ୍ରୋଜେକ୍ଟ ରେ ଅନ୍ତର୍ଭୁକ୍ତ କରାଯାଇଛି । ସାଟେଲାଇଟ ଇମେଜିଙ୍ଗ, ଏରିଏଲ ଫୋଟୋଗ୍ରାଫି, ରିମୋଟ ସେନ୍ସରର ପ୍ରୟୋଗ କରାଯାଇ ଟିକସ ସଂଗ୍ରହ ଠାରୁ ୱେଷ୍ଟ ମ୍ୟାନେଜମେଣ୍ଟ ସବୁକିଛି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କରିହେବ । ପୌରପାଳିକାର ବ୍ୟୟ ହାର ମଧ୍ୟ ଏଥିରେ କମିବ ବୋଲି ଲକ୍ଷ ରଖା ଯାଇଛି । ତେଵେ ଏଥି ପୂର୍ବରୁ ଅନୁଗୁଳ ପୁଲିସ୍ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ଯେଉଁ ସିସିଟିଭି ଏବଂ ଡିଜିଟାଇଜେସନର ବ୍ୟବସ୍ଥା ଆରମ୍ଭ କରା ଯାଇଥିଲା ତାହାର ସୁଫଳ ଲୋକେ ପାଇ ପାରି ନାହାନ୍ତି । ତେଣୁ ପୌରପାଳିକାର ଆଧୁନିକୀକରଣ କିଭଳି ରୂପ ନେବ ତାହା ଆଗାମୀ ସମୟ କହିବ .

Exit mobile version