Site icon Awaj Media

ସରସ୍ଵତୀ କଳା ପରିଷଦ ପକ୍ଷରୁ ଇଂ. ଦୁଷ୍ମନ୍ତ ପାତ୍ର ସମ୍ବର୍ଦ୍ଧିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ) – ଶ୍ରୀକାନ୍ତ ବେଉରା : କଟକ ସଦରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮ ତମ ପ୍ରତିଷ୍ଠା ଦିବସରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂ. ଦୁଷ୍ମନ୍ତ ପାତ୍ରଙ୍କୁ କଳାଶ୍ରୀ ସମ୍ମାନ – ୨୦୨୧ ପ୍ରଦାନ କରାଯାଇଛି । ସମ୍ପାଦକ ଅଶୋକ ପଟ୍ଟନାୟକ, ନନ୍ଦିଘୋଷ ଟିଭି ପ୍ରଯୋଜକ ସୌଭାଗ୍ୟ ପତି, ନନ୍ଦିଘୋଷ ଟିଭି ଉପସ୍ଥାପକ ଶକ୍ତି ପ୍ରସନ୍ନ ପଟ୍ଟନାୟକ, କବି ପୀତାମ୍ବର ମହାପାତ୍ର, କରୋନା ଯୋଦ୍ଧା ଅଭିରାମ ସାହୁ, ସାହିତ୍ୟିକ ଶୁକଦେବ ପରିଡା, ଇଂ.ଶ୍ରୀ ସନ୍ନ୍ୟାସୀ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଡକ୍ଟର କଲିମୁଲ୍ଲା,ସରୋଜିନୀ ମହାପାତ୍ର, କବି ସରୋଜ ନଳିନୀ ପରିଜା, ଇଂ.ଅଶୋକ ବିଶ୍ଵାଳ, ଅଜୟ ବେହେରା, ଇଂ.ପ୍ରକାଶ ସେଠୀ, ଇଂ.ବସନ୍ତ ରାଉତ, ଗୁରୁ ହରିହର ଦେଓ, ବିଭୂତି ଭୂଷଣ ଭାରତ, ମୁନା ମୋଦି, ମିଟୁ ମିଥୁନ, ସତ୍ୟବ୍ରତ ତ୍ରିପାଠୀ, ବସନ୍ତ କୁମାର ପାତ୍ର, କଳାକାର ଅଶୋକ ପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ . ପରିଷଦର କାର୍ଯ୍ୟକର୍ତ୍ତା ଇଞ୍ଜିନିୟର ଅମୀୟ ରଞ୍ଜନ ପଟ୍ଟନାୟକ ଓ ଇଞ୍ଜିନିୟର ବିଶ୍ୱଜିତ ସାହୁଙ୍କ ରଚିତ ‘କିଏ ପର କିଏ ନିଜର’ ନାଟକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମଞ୍ଚସ୍ଥ ହୋଇଥିଲା ।

Exit mobile version