Site icon Awaj Media

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଗଜପତିରେ ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ମକ ଡ୍ରିଲ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଆଜାଦିକା ଅମୃତ ମହୋତ୍ସବ ଅବସରରେ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ ଓ ସଚେତନତା ସଭା ଆୟୋଜିତ ହୋଇଯାଇଛି । ପାରଳାଖେମୁଣ୍ଡି ଉପକଣ୍ଠର ବୃନ୍ଦାବନ ପ୍ୟାଲେସ ତଟରେ ବହି ଯାଉଥିବା ଚିରସ୍ରୋତା ମହେନ୍ଦ୍ରତନୟା ନଦୀରେ ଏହି ମକଡ୍ରିଲ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ ବିପର୍ଯୟର କଡା ମୁକାବିଲା କରିବା ସମୟରେ ଧନ ସମ୍ପତି ଅପେକ୍ଷା ମନୁଷ୍ୟ ତଥା ପ୍ରାଣୀଧନର ଜୀବନ ବଞ୍ଚାଇବା ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ପ୍ରାକୃତିକ ବିପର୍ଯୟ କିପରି ସଫଳତାର ସହ ମୁକାବିଲା କରାଯାଇ ପାରିବ ଏବଂ ଧନ ଜୀବନ କ୍ଷୟକ୍ଷତିରୁ ରକ୍ଷା କରାଯାଇ ପାରିବ ସେଥିପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କହିଥିଲେ । କଟକରୁ ଆସିଥିବା ଏନ୍‌ଡିଆର୍‌ଏଫ୍ ଦଳ ଜିଲ୍ଲା ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କୁ ମକ୍ ଡ୍ରିଲ କାର୍ଯ୍ୟକ୍ରମ ନେଇ ବିଶେଷ ତାଲିମ, ସଜାଗ ଓ ଉଦ୍ଧାର କାର୍ଯ୍ୟକ୍ରମକୁ କିପରି ତ୍ୱରାନ୍ୱିତ କରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ପିଏଆଇଟିଡିଏ ସରୋଜ କୁମାର ବେହେରା, ଅଗ୍ନିଶମ ଅଧିକାରୀ ରଜନୀକାନ୍ତ ଗୌଡ଼ ଉପସ୍ଥିତ ଥିଲେ । ଏନ୍‌ଡିଆର୍‌ଏଫ୍ସ ସମେତ ତିନି ବାହିନୀ ର ଅଧିକାରୀ ଏସକେ ପ୍ରସାଦ, ବିନୋଦ ମିନ୍ନା ଓ ରାଜପାଲ ଗୁଜୁରାଲ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version