Site icon Awaj Media

ପାନୀୟ ଜଳ ଯୋଗାଣ ବନ୍ଦ ହେବା ପରେ ପମ୍ପ ହାଉସ ଘେରାଉ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତରେ ୫ ଦିନ ହେଲା ପାଇପ୍ ଲାଇନରେ ପାଣି ଆସୁ ନଥିବାରୁ ପଞ୍ଚାୟତର ସମସ୍ତ ମହିଳା ମାନେ ରବିବାର ପମ୍ପ ହାଉସ କୁ ଘେରାଉ କରିଥିଲେ । ସୂଚନା ମୁତାବକ , ତୁରଙ୍ଗ ପଞ୍ଚାୟତ ବାସୀ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଉପରେ ନିର୍ଭର କରନ୍ତି । ଗତ ୫ ଦିନ ହେବ ପାଇପ୍ ଲାଇନରେ ପାଣି ଆସୁନାହିଁ । ଯାହା ଫଳାରେ ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ମହିଳା ମାନେ ଏହି ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣକରି ପମ୍ପ ହାଉସ କୁ ଘେରାଉ କରିଥିଲେ । ତେବେ ଏ ନେଇ ପମ୍ପ ଚାଳକଙ୍କୁ ପଚାରିବାରୁ ସେ କହିଲେ ଯେ, ପମ୍ପ ହାଉସ ର ବିଦ୍ୟୁତ୍ ବିଲ ପୈଠ କରାଯାଇନାହିଁ । ତେଣୁ ବିଦ୍ୟୁତ୍ ବିଭାଗ ଆସି ବିଦ୍ୟୁତ୍ ସେବାକୁ ବନ୍ଦ କରି ଦେଇଛି । ୨ ଦିନ ମଧ୍ୟରେ ଯଦି ପାଇପ୍ ଲାଇନରେ ପାଣି ଯୋଗାଇ ଦିଆ ନ ଯାଏ ତା’ ହେଲେ ମହିଳା ମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version