Site icon Awaj Media

ଅନୁଗୁଳ ଜିଲ୍ଲାରେ ଆଜିଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ ଆରମ୍ଭ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ଆଜିଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇଛି । ଏହି ଟୀକାକରଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ସମୁଦାୟ ୨୪ଟି କେନ୍ଦ୍ରରେ କୋଭାକ୍ସିନ୍ ଟୀକା ସକାଳ ୮ ଘଟିକାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଦିଆଯିବ। ଯେଉଁମାନେ କିଶୋର ପୋର୍ଟାଲରେ ନାମ ପଞ୍ଜିକରଣ କରିନାହାନ୍ତି ସେମାନେ ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ରରେ ନିଜର ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ଦେଖାଇ ପଞ୍ଜିରଣ କରିପାରିବେ। ଏହାଛଡା ସ୍କୁଲର ପରିଚୟ ପତ୍ର ଦେଖାଇ ପଞ୍ଜିକରଣ କରିପାରିବେ। ଏଥିପାଇଁ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଅବଗତ କରାଯାଇଛି। ଅନୁଗୁଳ ପୌରାଞ୍ଚଳ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୁଳ ବ୍ଲକ୍ ପାଇଁ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପୁରୁଣାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କରାଯିବ। ବଅଁରପାଳ ବ୍ଳକ୍‌ ପାଇଁ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବଳରାମପ୍ରସାଦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥିର କରାଯାଇଛି। ଛେଣ୍ଡିପଦା ବ୍ଳକ୍ ପାଇଁ କୋଶଳା ଓ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଜରପଡା ଓ ପାତ୍ରପଡା ପାଇଁ ଉଭୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥିର ହୋଇଛି। ପାଳଲହଡା ବ୍ଳକ୍‌ ପାଇଁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରାଜଡ଼ଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ଟୀକାକରଣର ବ୍ୟବସ୍ଥା କରାଯାଇଛି। କିଶୋରନଗର ବ୍ଳକ୍‌ ପାଇଁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥିର କରାଯାଇଛି। ଆଠମଲ୍ଲିକ ବ୍ଲକ୍ ପାଇଁ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଠାକୁରମତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥିର କରାଯାଇଛି। ତାଳଚେର ବ୍ଲକ୍ ପାଇଁ ଗୋଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କଳମଛୁଇଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ତାଳଚେର ନେହେରୁ ଶତାବ୍ଦି କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ଟୀକାରଣ କରାଯିବ। କଣିହାଁ ବ୍ଳକ୍ ପାଇଁ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜ୍ରକୋଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକରଣ କରାଯିବ। ସେହିପରି ତାଳଚେର ପୌରାଞ୍ଚଳ ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଟୀକାକରଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

Exit mobile version