Site icon Awaj Media

ବାଲୁଗାଁ ରେ ଗୋଟାଏ ଦିନରେ ଦୁଇଟି ଅପମୃତ୍ୟୁ ମାମଲା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦୁଖଦଃ ଘଟଣା ଘଟିଯାଇଛି । ଗୋଟିଏ ଦିନରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଏ ନେଇ ବାଲୁଗାଁ ପୋଲିସ ସୂଚନା ଦେଇଛି । ସୂଚନା ମୁତାବକ ବାଲୁଗାଁ ଏନଏସି ଶାନ୍ତି ନଗରର ବାସିନ୍ଦା ବିଶ୍ୱଜିତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳ ଗତକାଲି ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ପରିବାର ବର୍ଗ ବାଲୁଗାଁ ମେଡିକାଲ ନେବାରୁ ଡାକ୍ତର ସେଠାରେ ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରମିଳାଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ଭାବେ ଆନ୍ଧ୍ରପ୍ରଦେଶ ବିଜୟନଗରମ ସ୍ଥିତ ଏକ ହୋଟେଲରେ କାମ କରୁଥୁବା ଅନୁଗୁଳ ଜିଲ୍ଲାର ପ୍ରକାଶ ନାୟକ (୩୦) ଗତକାଲି ସଂନ୍ଧ୍ୟାରେ ଟ୍ରେନ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଶରୀର ଅସୁସ୍ଥ ଲାଗିବାରୁ ବାଲୁଗାଁ ଷ୍ଟେସନରେ ଓହ୍ଲାଇ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଆଜି ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଲୁଗାଁ ପୋଲିସ କେସ ନମ୍ବର ୧ ଏବଂ ୨ ରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Exit mobile version