ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜର ପ୍ରତିଶ୍ରୁତି ରକ୍ଷା କରି ଐତିହ୍ୟ ସ୍ଥଳ ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଇଥିବାରୁ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଂଯୋଜକ ନାରାୟଣ ଓଝା ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି । ଶ୍ରୀ ଓଝା ପ୍ରକାଶ କରିଛନ୍ତି ଯେ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଓଡ଼ିଶାର ଶାସନ ପ୍ରତୀକ ତଥା ଓଡ଼ିଆ ଜାତିର ବୀରତା ,ଶୌର୍ଯ୍ୟ ର ପ୍ରତୀକ ଐତିହ୍ୟ ଘୋଡ଼ା ମୂର୍ତ୍ତି କୁ ସ୍ଥାନାନ୍ତରିତ କରିବାକୁ ପ୍ରଶାସନିକ ନିଷ୍ପତ୍ତି ବିରୋଧରେ ଅଭିଯାନ ଆନ୍ଦୋଳନ କରିଥିଲା । ଆନ୍ଦୋଳନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ ଯେ ତାଙ୍କ ଶବ ଉପରେ କେବଳ ଐତିହ୍ୟ ଘୋଡ଼ା ସ୍ଥାନାନ୍ତରିତ ସମ୍ଭବ । ଗଣମାଧ୍ୟମରେ ଏହାର ପ୍ରଚାର ପ୍ରସାର ଫଳରେ ସୃଷ୍ଟ ଜନମତ କୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୌଣସି ପରିସ୍ଥିତିରେ ମଧ୍ୟ ଐତିହ୍ୟ ଘୋଡ଼ା ସ୍ଥାନାନ୍ତରିତ ହେବନାହିଁ , ଅଧିକନ୍ତୁ ଏହି ସ୍ଥଳକୁ ଅଧିକ ସୌନ୍ଦର୍ଯ୍ୟମୟ କରାଯିବ । ଅତଏବ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ସଂଯୋଜକ ନାରାୟଣ ଓଝା, ବରିଷ୍ଠ ସଦସ୍ୟ ବିଜୟ ପରିଡା, ଋତୁରାଜ ପଟ୍ଟନାୟକ, ମାନସ ବସ୍ତିଆ, ବାବୁଲି ଦାସ, ଅଜୟ କୁମାର ପଣ୍ଡା , ଗିରୀଶ ମିଶ୍ର, ତନ୍ମୟ ସାମନ୍ତରାୟ, ରୋହିତ ଦାସ, ଡ଼ଃ ଅସୀତ ଦାସ ପ୍ରମୁଖ ଗଣମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିନନ୍ଦନ ସ଼ହିତ ଧନ୍ୟବାଦ ଅର୍ପଣ କରିଛନ୍ତି |

Leave a Reply

Your email address will not be published. Required fields are marked *