Site icon Awaj Media

୨୦୦୮ ମସିହା ବ୍ୟାଚର ଗୁରୁପୂଜନ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାପୁର ବ୍କକ ଫତେଗଡ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୮ ମସିହାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପରିବାର ଓ ଶିକ୍ଷକ ମାନଙ୍କୁ ନେଇ ରବିବାର ଦିନ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୨୦୦୮ ମସିହାର ଛାତ୍ରଛାତ୍ରୀ ବାପୁନା ସ୍ୱାଇଁ ,ବିରଞ୍ଚି ପ୍ରଧାନ ,ସନ୍ତୋଷ କୁମାର ସାହୁ , ଶିବପ୍ରସାଦ , ସୋମନାଥ ବରାଡ ଓ ଧିରେନ ରାଉତଙ୍କ ସହଯୋଗରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଟରାମ ବରାଡ , ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ପଟ୍ଟନାୟକ , ଶିକ୍ଷକ ନିତ୍ୟାନନ୍ଦ ଦଳେଇ , ଶିକ୍ଷକ ଲକ୍ଷ୍ମୀଧର ସାହୁ , ବିଜୟ କୁମାର ସାହୁ ଓ ଶିକ୍ଷକ ନବକିଶୋର ମହାପାତ୍ର ଯୋଗ ଦେଇଥିଲେ । ଏହି ଗୁରୁପୂଜନ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୦୦୮ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ କାହାର ଧର୍ମପତ୍ନୀ ତ କାହାର ସ୍ୱାମୀ ଯୋଗ ଦେଇଥିଲେ । ସମସ୍ତ ଗୁରୁଜନଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ଛାତ୍ରଛାତ୍ରୀ ମାନେ । ଛାତ୍ରଛାତ୍ରୀ ମାନେ ସେମାନଙ୍କର ପାଠପଢା ସମୟର ଅନୁଭୂତି ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ କହିଥିଲେ ଯେ ୨୦୦୮ ମସିହାର ଛାତ୍ରଛାତ୍ରୀ ମାନଙ୍କ ଗୁରୁପୂଜନ ତଥା ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ସତ୍ ଭାବନା ଜାଗ୍ରତ କରିବା ସହ ଏହି ଅନୁଷ୍ଠାନ ପ୍ରତି ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହଯୋଗର ହାତ ବଢିବା ଦରକାର । ଏହି ବ୍ୟାଚର ଛାତ୍ର ଅକ୍ଷୟ ସ୍ୱାଇଁଙ୍କ ୨୦୧୩ ମସିହାରେ ପରଲୋକ ଘଟିଥିଲା । ସାଥି ପାଇଁ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହିତ ଫଟୋଚିତ୍ରରେ ଫୁଲମାଳ ପକାଇ ସ୍ମୃତି ଚାରଣ କରିଥିଲେ ।

Exit mobile version