Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୋୖଜ଼ା ଥାନାର ପ୍ରଥମ ଥାନା ଅଧିକାରୀ ଅନୀତା ସାହୁଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇବା ସହ ଉଲ୍ଲେଖନୀୟ କୃତିତ୍ୱ ନେଇ ସମ୍ବର୍ଦ୍ଧତ କରାଯାଇଛି . ଏଥି ସହ ପରିଷଦ ତଥା ଅଞ୍ଚଳ ବାସିନ୍ଦାଙ୍କ ଦୀର୍ଘଦିନର ଦାବି ଫାଣ୍ଡିରୁ ଥାନାରେ ପରିଣତ କରାଯିବାରୁ ପୋଲିସ କମିଶନର ଏବଂ ଜିଲ୍ଲାପାଳ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକର୍ତ୍ତା ଦେବୀପ୍ରସାଦ ପତି, ଅନିଲ ମହାପାତ୍ର, ବିରଜା ଭୂଷଣ ପତି, ମୁକ୍ତିକାନ୍ତ ମହାନ୍ତି, ଗାନ୍ଧୀ ଗୁରୁ ଦାସ, ଅଶିମ ଦାସ, ସୁଜିତ ବେହେରା, ସୁରେଶ ପ୍ରଧାନ, ଭାଗ୍ୟଧର ତ୍ରିପାଠୀ, ବିଜୟ ମଲ୍ଲିକ, ଅଜୟ ସିଂହ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ପର୍ବରେ ଅଂଶଗ୍ରହଣ କରିଥିଲେ ।

Exit mobile version