Site icon Awaj Media

ବାଲିଗୁଡା ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ନିଆରା ପ୍ରୟାସ : ଆଦିବାସୀ ଯୁବକ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର କନ୍ଧମାଳ ଜିଲ୍ଲା ର ସଂସ୍କୃତି ବଜାୟ ରଖିବା ନିମନ୍ତେ ଅଞ୍ଚଳରେ ଥିବା ବିଭିନ୍ନ ଯୁବ କେନ୍ଦ୍ର କୁ ସହଯୋଗ କରି ବିଭିନ୍ନ କଳା କୁ ବିକଶିତ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରାଯାଇଛି । କନ୍ଧମାଳ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ରର ୩୫ ଜଣ ଆଦିବାସୀ ଯୁବକ ଯୁବତୀଙ୍କୁ ସହଯୋଗ କରି ହାଇଦ୍ରାବାଦରେ ଅନୁଷ୍ଠିତ ହେଉଥିବା ୧୩ ତମ ଟ୍ରାଇବେଲ ୟୁଥ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ସୁରକ୍ଷା ର ସହ ପଠାଇଛନ୍ତି l ବାଲିଗୁଡା ୧୨୭ ବାଟାଲିୟନ ସିଆରପିଏଫ ମାନଙ୍କର ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସି ସ୍ୱାଗତ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ୧୨୭ ସିଆରପିଏଫ ବାଟାଲିୟନର କାମାଣ୍ଡେଣ୍ଟ ଆନନ୍ଦ ଝା, ଆର୍.ଏଲ ଫିମେଟେ ଏବଂ ମହୁଲି ମୋହନ କୁମାର , ଦ୍ୱିତୀୟ କମାଣ୍ଡାଣ୍ଟ, ନବନିତ କୁମାର ,ସମଝିତ ଭଗତ ଓ ବିଜୟ କୁମାର ଚୋବେ ପ୍ରମୁଖଙ୍କ ଉପସ୍ଥିତରେ ହାଇଦ୍ରାବାଦରେ ଅନୁଷ୍ଠିତ ହେଉଥିବା ୧୩ ତମ ଟ୍ରାଇବେଲ ୟୁଥ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ନେହୁରୁ ଯୁବ କେନ୍ଦ୍ରର ୩୫ ଜଣ ଆଦିବାସୀ ଯୁବକ ଯୁବତୀ ମାନେ ନିଜ ନିଜର କଳା ସଂସ୍କୃତି କୁ କ୍ୟାମ୍ପ ପରିସରରେ ପ୍ରଦର୍ଶନ କରିଥିଲେ l ଏହିପରି କାର୍ଯ୍ୟକ୍ରମକୁ ଆଗାମି ଦିନରେ ପ୍ରୋତ୍ସାହନ ଦେବା ସହ ପରିଚାଳନାରେ ସହଯୋଗ କରା ଯିବା ନିମନ୍ତେ କମାଡେଣ୍ଟ ଆନନ୍ଦ ଝା ପ୍ରକାଶ କରିଛନ୍ତି l

Exit mobile version