Site icon Awaj Media

୫୫୮ ଜଣ ସ୍ଥାୟୀ ବାସିନ୍ଦାଙ୍କ ନାମ ଭୋଟର ତାଲିକାରୁ ବାଦ୍ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ପଞ୍ଚାୟତ ଅନ୍ତର୍ଗତ ଚାଳଗଡ ଗ୍ରାମର ୩ ଟି ୱାର୍ଡର ୫୫୮ ଜଣ ସ୍ଥାୟୀ ବାସିନ୍ଦାଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମିଶ୍ରଙ୍କୁ ସୋମବାର ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ନଭେମ୍ବର ୧ ତାରିଖରେ ପ୍ରକାଶ ପାଇଥିବା ଭୋଟର ତାଲିକାରେ ଚାଳଗଡ ଗ୍ରାମର ୨୦, ୨୧ ଓ ୨୨ ୱାର୍ଡର ଭୋଟର ସଂଖ୍ୟା ସମୁଦାୟ ୧୫୫୭ ଥିବା ବେଳେ ବର୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସାନି ଭୋଟର ତାଲିକାରେ ୯୯୯ ଜଣଙ୍କ ନାମ ରହିଛି । ଏଥିରୁ ୫୫୮ ଜଣ ଭୋଟରଙ୍କୁ ଦାଦ୍ କରି ଦିଆଯାଇଛି । ଯାହା ଫଳରେ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ତୃଟି ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରି ସାମ୍ବିଧାନିକ ଅଧିକାର ବା ନିଜ ମୌଳିକ ଅଧିକାରୀରୁ ବଞ୍ଚିତ କରାଯାଇଥିବା ନାଗରିକଙ୍କୁ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଭୋଟର ତାଲିକାରେ ନାମ ସଂଯୋଗ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ତାଳଚେର ଜନ ବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ୍ ଥମ୍ବର ଙ୍କ ନେତୃତ୍ବରରେ ଏହି ଦାବୀପତ୍ର ପ୍ରଦାନ ବେଳେ ଧ୍ରୁବଚରଣ ଧୂର, ମଦନ ସାମଲ, ପ୍ରମୋଦ ଧର, ଅଭୟ ରାଉତ, ଶିଶିର ରାଉତ, ଆଇନ୍‌ଜୀବୀ ଉଚ୍ଛନ ପଟ୍ଟନାୟକ, ସୁବାଶ ରାଉତ, ସାମ୍ବାଦିକ ବିମଳକୃଷ୍ଣ ଥମ୍ବ, ସମିତିସଭ୍ୟା ସରୋଜିନୀ ବେହେରା, ପୂର୍ବତନ ସମିତିସଭ୍ୟା ସବିତା ଧିର, ଶିବାନନ୍ଦ ଥମ୍ବ, ଅଶାନ୍ତ ଦେବତା, ପ୍ରଫୁଲ ଧିର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version