ଚୋରୀ ଘଟଣାରେ ଦୁଇ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ଗାଁ ‘ର ଏକ ଚୋରି ଘଟଣାରେ ପୁଲିସ ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଯେ, ୨୦୨୧ ଅକ୍ଟୋବର ୧୦ ତାରିଖରେ ଶଙ୍ଖପୁର ଗାଁର ଦୁଷ୍ମନ୍ତ ଦେହୁରୀଙ୍କ ଘର ଆଜବେଷ୍ଟସ୍ ଭାଙ୍ଗି ୪ ସେଟ କଂସା ବାସନ, ୬୦ ହଜାର ଟଙ୍କା ୨ଟି ସୁନାମୁଦି ଚୋରି ହୋଇଥିଲା । ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା । ଅକ୍ଟୋବର ୨୦ ତାରିଖରେ ପୋକତୁଙ୍ଗା ଗାଁର ଗୋକୁଳା ନାଏକ ଙ୍କୁ ଗିରଫ କରି ତାଙ୍କଠାରୁ କଂସା ବାସନ ଜବତ କରିଥିଲା । ଏଥିରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ଥିଲେ । ପୁଲିସ ସୋମବାର ଶଙ୍ଖପୁର ଗାଁରୁ ବବୁଲ ଓରଫ ରାଜେଶ୍ ଦେହୁରୀ ଓ ଚିନୁ ଓରଫ ଚିନ୍ମୟ ବେହେରା ଙ୍କୁ ଗିରଫ କରି ସୋମନଙ୍କଠାରୁ ୨୭ଟି କଂସା ବାସନ ଜବତ କରିଛି । ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *