Site icon Awaj Media

ଅନୁଗୁଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ଆଠଟି ବ୍ଲକ ଓ ତିନୋଟି ପୌରାଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କରାଯିବ । ଏନେଇ ଓବିସି ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଏକ ବୈଠକର ଆୟୋଜନ କରାଯାଇଥିଲା । ଅପରାହ୍ନରେ ଜୁମ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଓବିସି ମୋର୍ଚ୍ଚା ସଭାପତି ସରୋଜ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଯୋଗଦେଇ ରାଜ୍ୟ ସରକାର ପ୍ରଥମେ ଓବିସିଙ୍କ ସଂରକ୍ଷଣ ସ୍ଥିର କରନ୍ତୁ ତା’ପରେ ପଞ୍ଚାୟତ ନିର୍ବାଚନ କରନ୍ତୁ ବୋଲି ଦାବି କରିଥିଲେ । ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ପ୍ରଦୀପ ପ୍ରଧାନ ଯୋଗଦେଇ ଓବିସି ସଂରକ୍ଷଣ ପାଇଁ ବିଜେପିର କାର୍ଯ୍ୟପନ୍ଥା ଉପରେ କହିଥିଲେ । ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଗୁଡିକରେ ୮ ତାରିଖ ମଧ୍ୟରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଭାରୀ ଭାବେ ଦୁଇ ସାଧାରଣ ସମ୍ପାଦକ ଯଶୋବନ୍ତ ପ୍ରସାଦ ବେହେରା, ଲକ୍ଷ୍ମଣ କୁମାର ସାହୁ, ସମ୍ପାଦକ ହରେକୃଷ୍ଣ ପ୍ରଧାନ, ଉପ-ସଭାପତି ସୁମନ୍ତ ପ୍ରଧାନ, କହ୍ନେଇ ସାହୁ ମିଡ଼ିଆ ସେଲ ପ୍ରମୁଖ ଭୀଷ୍ମ ପ୍ରଧାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା ।

Exit mobile version