Site icon Awaj Media

ବାଣପୁର ର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ହେବ ଜବରଦଖଲ ମୁକ୍ତ : ଆରମ୍ଭ ହେଲା ପକ୍ରିୟା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାର ଓଡିଶାର ଥିବା ବିଭିନ୍ନ ଧର୍ମ ପିଠ ଗୁଡିକର ନବୀକରଣ କାର୍ଯ୍ୟ ହାତକୁ ନେଉଛନ୍ତି । ସେହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ପ୍ରସିଦ୍ଧ ଶକ୍ତିପିଠ ମା ଭଗବତୀ ମନ୍ଦିରର ସୌନ୍ଦର୍ଯ୍ୟ କରଣ ହେବ । ସେଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଦିରକୁ ଜବରଦଖଲ ମୁକ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଅପରାହ୍ନରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମା’ ଭଗବତୀ ମନ୍ଦିର ସମ୍ମୁଖରେ ପହଞ୍ଚି ଏନଏସି ପ୍ରଶାସନ ଏବଂ ଏଣ୍ଡାଓମେଣ୍ଟର ଉପସ୍ଥିତିରେ ଆରଆଇ ଏବଂ ଅମିନଙ୍କ ସହଯୋଗରେ ସରକାରୀ ଜାଗା ଚିହ୍ନଟ କରିଥିଲେ ।

ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା ପତିତପାବନ ଦେବଙ୍କ ମଣ୍ଡପକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି । ସେହିପରି ଭାବେ ମନ୍ଦିର ପାର୍ଶ୍ୱ ଏବଂ ସମ୍ମୁଖରେ ଥିବା କିଛି ଦୋକାନ ମଧ୍ୟ ଉଛେଦ ହୋଇପାରେ ବୋଲି ତହସିଲଦାର କହିଛନ୍ତି । ଭଗବତୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇ ସାରିଛନ୍ତି । ଜବରଦଖଲ ମୁକ୍ତ ହେବା ପରେ ଉକ୍ତ ଟଙ୍କାକୁ ମନ୍ଦିରର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣରେ ବିନିଯୋଗ କରାଯିବ ବୋଲି ନିଷ୍ପତି ହୋଇଛି ।

Exit mobile version