Site icon Awaj Media

କନ୍ଧମାଳ କୁ ପୁଣି ଶୀତ ଲେଉଟିଲା :୧୦ ଡିଗ୍ରୀ ତଳେ ସମଗ୍ର କନ୍ଧମାଳ ଜିଲ୍ଲା !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି l ସମଗ୍ର କନ୍ଧମାଳ ଜିଲ୍ଲା ରେ ପୁଣି ଶୀତଲହରୀ ଜାରୀ ରହିଛି l ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି । ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ l ସେପଟେ ସଞ୍ଜ ନଇଁବା ପୂର୍ବରୁ ହିଁ ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି। ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି। ପିଲାଠୁ ବୁଢା ପ୍ରାୟ ସମସ୍ତେ ଯୋଗାଭ୍ୟାସ କରୁଥିବା ଦେଖିବାକୁ ମିଳୁଛି l

ଥଣ୍ଡା ପୁଣି ବଢିବା ଫଳରେ ମାନ୍ଦା ପଡ଼ିଯାଇଥିବା ଏବେ ଗରମ ପୋଷାକ ର ମଧ୍ୟ ଚାହିଦା ଟିକେ ବଢିବାରେ ଲାଗିଛି ।ଫଳରେ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରି ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ କୁ ଖସି ଆସିଛି । ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ବାଲିଗୁଡ଼ା, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।ଆଗକୁ ପାଗ ଶୁଖିଲା ରହିବ ଆଉ ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବା ସମ୍ଭାବନା ଥିବା ବିଷୟ କନ୍ଧମାଳ ପାଣିପାଗ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି l

Exit mobile version