Site icon Awaj Media

ଅନୁଗୁଳ ଜିଲ୍ଲା ରେ ରାତି ୧୦ ଟା ରୁ ସକାଳ ୫ ଟା ଲାଗିଲା ନାଇଟ୍ କର୍ଫ୍ୟୁ !!!

Spread the love

ଅନୁଗୁଳ // କଣିହାଁ // ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା // ଟଙ୍କଧର ଗଡ଼ନାୟକ : କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏସଆରସି ଜାରି କଲେ ନୂଆ ଗାଇଡଲାଇନ । ଏଣିକି ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ହାଟ ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ କମିଶନର । ଭିଡ଼ ହେଲେ ମଲ, ଦୋକାନ ମାଲିକ ଦାୟୀ ରହିବେ । ଦୋକାନ ଓ ମଲ୍‌କୁ ୭ ଦିନ ଯାଏଁ ବନ୍ଦ କରାଯିବ । ସେହିପରି ସେହିପରି ମାଟ୍ରିକ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ତେବେ କ୍ଲାସ ସବୁ ବନ୍ଦ ରହିବ। ଅର୍ଥାତ୍ ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ। ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ୍ କ୍ଲିୟରିଂ କ୍ଲାସ କରିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି। ଏସଆର୍‌ସି ଆହୁରି କହିଛନ୍ତି ଯେ, ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି । ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦ ପ୍ରତିଶତ କ୍ଷମତାକୁ ଅନୁମତି । ପର୍ଯ୍ୟଟନ ସ୍ଥାନରେ ପିକନିକ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୌଣସି ହୋଟେଲ୍, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ସ୍କୁଲ, କଲେଜ ପିକନିକ, ଏସ୍କର୍ସନ ସମ୍ପୂର୍ଣ୍ଣ ଭାବେ ବାରଣ । ହୋଟେଲ୍, ବାର ରାତି ୯ଟା ଯାଏଁ ଖୋଲା ରହିବ । ୫୦ ପ୍ରତିଶତ କ୍ଷମତାରେ ଚାଲିବ । ବାହାଘର ଶୋଭାଯାତ୍ରାରେ ସର୍ବଧିକ ୩୦ ଜଣଙ୍କୁ ଅନୁମତି । ବାହାଘର ଏବଂ ରିସେପସନ ଛଡା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ କୁହାଯାଇଛି । ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିବେ । ସର୍ବଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ଆଉଟ୍ଡୋର ଫିଲ୍ମ ସୁଟିଂ । ବାହାଘର, ବ୍ରତଘରରେ ୧୦୦ ଏବଂ ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ।

Exit mobile version