Site icon Awaj Media

ଶିଶୁ ନୃତ୍ୟଶିଳ୍ପୀ ସୃଷ୍ଟି ଦାସ ମହାପାତ୍ର ପାଇଲେ କଳାଶ୍ରୀ ସମ୍ମାନ – ୨୦୨୧ !!!

Spread the love

କଟକ ସଦର (ଆୱାଜ ମିଡ଼ିଆ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮ ତମ ବାର୍ଷିକ ଉତ୍ସବରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ସାରସ୍ୱତ ସମ୍ବର୍ଦ୍ଧନା ପର୍ବରେ ମଞ୍ଚ ଅଭିନେତା ଦୈତାରୀ ପ୍ରଧାନ, ଶିଶୁ ଚିତ୍ର ଶିଳ୍ପୀ ସୟଦ୍ ଅର୍ମନ, ପ୍ରାଧ୍ୟାପକ ବାସୁଦେବ ସ୍ୱାଇଁ , ଶିଶୁ ପ୍ରତିଭା ଭୁବନେଶ୍ଵରର ଓଡିଏମ ପବ୍ଲିକ ସ୍କୁଲର ଛାତ୍ର ତଥା ଶିଶୁ କ୍ରୀଡାବିତ୍ ଜ୍ଞାନ ରଂଜନ ଜେନା, ଶିଶୁ ନୃତ୍ୟଶିଳ୍ପୀ ସୃଷ୍ଟି ଦାସ ମହାପାତ୍ର, ଗୁରୁ ଅକ୍ଷୟ ଓଝା, ଗୁରୁମା ରଶ୍ମିତା ଙ୍କ ସହ ବହୁ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ପାଦକ ଅଶୋକ ପଟ୍ଟନାୟକ, ଇଂ.ଦୁଷ୍ମନ୍ତ ପାତ୍ର, କରୋନା ଯୋଦ୍ଧା ଅଭିରାମ ସାହୁ, ସ୍ତମ୍ବକାର ଇଂ.ଶ୍ରୀ ସନ୍ନ୍ୟାସୀ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, କବି ସରୋଜ ନଳିନୀ ପରିଜା, ଅଜୟ ବେହେରା, ଇଂ.ବସନ୍ତ ରାଉତ, ଶିକ୍ଷୟତ୍ରୀ ପାପୁ ଦାସ, ମୋ ପରିବାର ଯାଜପୁର ଜିଲ୍ଲା ସଂଯୋଜକ ଇଂ. ବିମଳ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକର୍ତ୍ତା ପ୍ରଲବ୍ୟ ମହାପାତ୍ର, ପବିତ୍ର ମୋହନ ଓଝା ପ୍ରମୁଖ ସହଯୋଗ କରିଥିଲେ ।

Exit mobile version