Site icon Awaj Media

ଅମିୟ କୁମାର ଓ କ୍ଷୀରୋଦାବାସିନୀଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଗୀତା ପାରାୟଣ, ଅଖଣ୍ଡ ଯଜ୍ଞ ସହ ସନ୍ଥ ସମାବେଶ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ପାଳଦା ବଡ଼ ଆଦମପୁରସ୍ଥିତ ସ୍ୱର୍ଗତା କ୍ଷୀରୋଦାବାସିନୀ ଓ ଅମୀୟ କୁମାରଙ୍କର ବାର୍ଷିକ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଗୀତା ପାରାୟଣ, ନାମ ଯଜ୍ଞ, ବେଦାହୁତି, ଦେବାହୁତି, ପିଣ୍ଡ ଦାନ, ଅନ୍ନ ଯଜ୍ଞ ସହ ସାଧୁସନ୍ଥ ମାନଙ୍କଦ୍ୱାରା ଆତ୍ମାର ସଦଗତି ନିମନ୍ତେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ବ୍ରହ୍ମବେଦୀ ଭାଗବତ ପ୍ରଚାର ସମିତିର ବ୍ୟାସ ସୁଧୀର କୁମାର ପଣ୍ଡା, ସଦସ୍ୟ ବିନୋଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ବିଜୟାନନ୍ଦ ମହାନ୍ତି, ଦେଵବ୍ରତ ସାମଲଙ୍କ ତତ୍ୱାବଧାନରେ ଆୟୋଜିତ ବେଦ ଯଜ୍ଞ ଓ ଦେବ ଯଜ୍ଞରେ ଆଚାର୍ଯ୍ୟ ଭାବରେ ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ, ଗୌତମ ଦୀକ୍ଷିତ, ଜ୍ଞାନରଞ୍ଜନ ଦୀକ୍ଷିତ, ଚୈତନ୍ୟ ଦାଶ ଆଦି ଯୋଗଦାନ କରି ବେଦ ଓ ଦେବ ଯଜ୍ଞ ସହ ଗୀତା ପାଠ କରିଥିଲେ ।

ସେହିପରି ଗୀତା ପାରାୟଣରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତୀୟ ସଂକୀର୍ତ୍ତନ ପ୍ରମୁଖ ଅରବିନ୍ଦ ପଟନାୟକ, ବଂଶାବଳୀ ଉପଦେଷ୍ଟା ଅକ୍ଷୟ ପଣ୍ଡା,ବଂଶାବଳୀ ପ୍ରମୁଖ ଭଗବାନ ପଣ୍ଡା, ପ୍ରଶାସନ ସଂପର୍କ ପ୍ରମୁଖ ଅଶୋକ ନାୟକ,ସଂସ୍କୃତି ପ୍ରମୁଖ ଅଜିତ ଭାଇ, ଉମା ଭାଇ ଆଦି ଯୋଗଦାନ କରି ଗୀତା ପାରାୟଣ କରିଥିଲେ । ବରୁଣେଶ୍ୱର କ୍ଷେତ୍ର ନାମ ମନ୍ଦିରର ପ୍ରତିଷ୍ଠାତା ସଚ୍ଚିଦାନନ୍ଦ ଦାସ ମହାରାଜ, କୁଆଖିଆ ରାହାସ ବିହାରୀ ମଠର ମଠାଧିଶ ପର୍ଶୁରାମ ଦାଶ ମହାରାଜ, ଜଗତସିଂହପୁର ପଥୁରିଆ ଆଶ୍ରମର ମଠାଧିଶ ଡ଼ଃ ଶ୍ରୁତି ସାଗର ମହାରାଜ, ବାଲିଘାଇ ପ୍ରଜ୍ଞାନାନନ୍ଦ ମିଶନର ସନ୍ଥ ସ୍ୱାମୀ ବିଶ୍ଵରୂପା ନନ୍ଦ, କମାଳପୁର ଜଗନ୍ନାଥ ଆଶ୍ରମର ମୁଖ୍ୟ ରବି ନାରାୟଣ ମହାରାଜ ଆଦି ଯୋଗଦାନ କରି ଦିବ୍ୟ ପ୍ରବଚନ ଓ ଜ୍ଞାନ ଯଜ୍ଞ ମାଧ୍ୟମରେ ଦିବଂଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ସେହିପରି ଅନ୍ନ ଯଜ୍ଞରେ ଆତ୍ମଜ ଧିରୁ ଭାଇଙ୍କ ସମେତ ପରିବାରର ସମସ୍ତ ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।

Exit mobile version