Site icon Awaj Media

କିଡ୍ନୀ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ଚିନ୍ମୟ ଫାଉଣ୍ଡେସନ ଓ ଡ଼ଲଫିନ ଡ୍ୟାନ୍ସ ଗ୍ରୁପର ସାମାଜିକ କର୍ମୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅର୍ଥ ସାଜିଛି ଚିକିତ୍ସାରେ ବାଧକ । ଅସହାୟତାର ବୋଝକୁ ବହି ବହି ଚାଲୁଥିବା ଦୁସ୍ଥ କଳାକାରଙ୍କ ଉପରେ ପୁଣି ମାଡି ଆସିଛି କୋରଡାର ମାଡ଼ ।ଦୀର୍ଘ ଦୁଇବର୍ଷ ଧରି କଳାକାରମାନେ ହାତ ବନ୍ଦ କରି ବସିଛନ୍ତି । ଚୁଲିରେ ପାଉଁଶ, ଆଉ ଭୋକିଲାର ପେଟରେ ହୁତ ହୁତ ହୋଇ ଜଳୁଛି ଭୋକର ରଡ଼ ନିଆଁ । ଠିକ ଏତିକି ବେଳକୁ ଦଇବ ବି ଦାଉ ସାଧିଛି । ଦୁଇଟି କିଡ୍ନୀ ହରାଇ ବସିଛନ୍ତି ଯାଜପୁର ଜିଲ୍ଲାର ସଦର ବ୍ଲକ ଚଇନିପୁର ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିମାଳ ଗ୍ରାମର ଦୁସ୍ଥ କଳାକାର ଦୀପକ ନାଏକ ଓରଫ ବାପି । ପରିବାର କହିଲେ ତାଙ୍କର ସ୍ତ୍ରୀ, ବୁଢୀ ମାଆ,କରୋନାରେ ଚାକିରୀ ହରାଇ ବସିଥିବା ଜୁଆନ ଭାଇ ଆଉ ପିଲା ଦୁଇଟି । ବଞ୍ଚିବା ପାଇଁ ରୋଗ ସାଥେ ଜୀବନ ସଂଗ୍ରାମ ସହ ଆକୁଳ ନିବେଦନ କରୁଛନ୍ତି ଏହି କଳାକାର ଜଣକ ।

ଏ ଖବର ପାଇ ସହାୟତା ଯୋଗାଇ ଦେବାକୁ ତାଙ୍କ ପାଖରେ ପହଁଚିଛନ୍ତି ଚିନ୍ମୟ ଫାଉଣ୍ଡେସନ ଓ ଡ଼ଲଫିନ ଡ୍ୟାନ୍ସ ଗ୍ରୁପର କର୍ମକର୍ତ୍ତା ମାନେ । ଫଳ ଓ ଔଷଧ ସାମଗ୍ରୀ ସହ ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି ଓ ତାଙ୍କର ଏ ଦୁଃଖକୁ ଲାଘବ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ପରିବାରର ଅବସ୍ଥାକୁ ଆଖି ଆଗରେ ରଖି ଫାଉଣ୍ଡେସନର କର୍ମକର୍ତ୍ତା ଚିନ୍ମୟ ଦାଶ, ମଧୁସ୍ମିତା ନାୟକ, ମାଷ୍ଟର ମିହିର କୁମାର,ସୁରେନ୍ଦ୍ର ପାଣ୍ଡବ, ଶଶିକାନ୍ତ ନାୟକ ଆଦି ଏହି ଦୁସ୍ଥ କଳାକାରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Exit mobile version