Site icon Awaj Media

ପଣସପାଳ ଗ୍ରାମାରେ ନିଆଁ ଲାଗି ତିନି ବଖରା ଘର ସହିତ ପାଳଗଦା ଜଳି ଭସ୍ମୀଭୂତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ତହସିଲ ସଂସାଇଲୋ ପଞ୍ଚାୟତ ଅନ୍ତର୍ଗତ ପଣସପାଳ ଗ୍ରାମର ନାନିରାମ ସୁଣ୍ଡିଙ୍କ ଘରେ ଗୁରୁବାର ଦିବା ଏକ ଘଟିକା ସମୟରେ ଅଚାନକ ନିଆଁ ଲାଗି ତିନି ବଖରା ଘର ସହିତ ପାଳ ଗଦା ଜଳି ଭସ୍ମୀଭୂତ ହୋଇଯାଇଛି । ଗ୍ରାମବାସୀ ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କ ସହ ଯୋଗାଯୋଗ କରିଥିବା ବେଳେ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ . ତେବେ ନିଆଁର ପ୍ରକୋପରେ ପଣସପାଳ ଗ୍ରାମର ନାନୀରାମ ସୁଣ୍ଡିଙ୍କ ତିନି ବଖରା ଘର ସହ ପାଳଗଦା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି . ଘର ମଧ୍ୟରେ ଥିବା ଆସବାପତ୍ର ଓ ଟଙ୍କା ଗହଣା ସବୁ ନଷ୍ଟ ହୋଇଯାଇଥିବା ନାନୀରାମଙ୍କ ପରିବାରବର୍ଗଙ୍କ ଠାରୁ ସୂଚନା ମିଳିଛି ।

Exit mobile version