Site icon Awaj Media

ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ଦ୍ଵାରା ସିଲେଇ ତାଲିମ ଶିବିର ଉଦଘାଟିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାରତ ସରକାରଙ୍କ ଜାତୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ନେହେରୁ ଯୁବ କେନ୍ଦ୍ର ନୟାଗଡ଼ ତରଫରୁ ଓ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ୍ ସହଯୋଗରେ ବଡସହରା ଠାରେ ସିଲେଇ ଶିକ୍ଷା ପ୍ରଦାନ ପାଇଁ ଏକ ତାଲିମ ଶିବିର ଉଦଘାଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ନୟାଗଡ଼ର ଯୁବ ଅଧିକାରୀ ଅନୁରାଗ କୁମାର ମୁଖ୍ୟ ଅତିଥି, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ କୁମାର ଦାସ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ସୌରମୋହନ ମିଶ୍ର, ଭାପୁର ବ୍ଲକ ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରାଚୀ ତନୟା ମିଶ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଜାତୀୟ ଯୁବ ସ୍ଵେଚ୍ଛାସେବୀ ସତ୍ୟବ୍ରତ ମହାରଣା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ତାଲିମ ଦ୍ଵାରା ମହିଳା ମାନେ ନିଜେ ସ୍ୱାବଲମ୍ବି ହୋଇ ପାରିବେ ବୋଲି ମୁଖ୍ୟ ଅତିଥି ନିଜର ମତ ରଖିଥିଲେ। ମୁଖ୍ୟ ବକ୍ତା କହିଥିଲେ ଯେ, କୌଣସି କାମକୁ ଛୋଟ ନ ଭାବି ନିଜର ପ୍ରୟାସ ଜାରି ରଖିଲେ, ସଫଳତା ନିଶ୍ଚୟ ମିଳିବ । ସିଲେଇ ତାଲିମର ସମସ୍ତ ଦାୟିତ୍ୱ ଶୁଭସ୍ମିତା ମହାରଣା ନେଇଥିବା ବେଳେ,କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଯୁବତୀ ଓ ମହିଳା ଅଂଶଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ କାର୍ତ୍ତିକ, ସରୋଜ, ମନୋରଞ୍ଜନ, ରାଜକିଶୋର, ରଶ୍ମିରଞ୍ଜନ, କୃଷ୍ଣଚନ୍ଦ୍ର, ପ୍ରମୁଖ କ୍ଲବ୍ ର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ତିନିମାସ ଧରି ଚାଲିବ ବୋଲି ସୂଚନା ମିଳିଛି ।

Exit mobile version