Site icon Awaj Media

ଶିକ୍ଷକ ବଦଳି ଆଦେଶକୁ ନେଇ ବିବାଦ , ପ୍ରତିବାଦ !!!

Spread the love

!!! ପାଠପଢା ଛାଡି ରାସ୍ତାରେ ବସିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଶିକ୍ଷକଙ୍କ ବଦଳି ଆଦେଶକୁ ନେଇ ଆରମ୍ଭ ହୋଇଛି ପ୍ରତିବାଦ , ପାଠପଢା ଛାଡି ରାସ୍ତାରେ ବସିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ . ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦୁରୁଦୁରା ପଞ୍ଚାୟତ ଶିମିଳିସାହି ଗ୍ରାମରେ . ସୂଚନା ଅନୁସାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଗେଟ ବନ୍ଦ କରି ରାଜରାସ୍ତାରେ ବସି ପାଠ ପଢ଼ିଲେ । ବିଭାଗ ତରଫରୁ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଚାଲିବ ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ .

Exit mobile version