Site icon Awaj Media

ନୂଆଗାଁ ବ୍ଲକ ଶେଷ ସମିତି ବୈଠକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶେଷ ସମିତି ବୈଠକରେ ଗଣମାଧ୍ୟମକୁ ଅଣଦେଖା ଅଭିଯୋଗ । ଗଣତନ୍ତ୍ର ରାଷ୍ଟ୍ରରେ ଜନତା ସର୍ବେସର୍ବା , ଜନପ୍ରତିନିଧି ଓ ପ୍ରଶାସନ ଙ୍କୁ ସହଯୋଗ କରିବା ଓ ଲୋକ ଲୋଚନକୁ ଆସୁ ନଥିବା ଘଟଣା ଓ ସୂଚନାକୁ ଲୋକଲୋଚନ କୁ ଆଣିବାରେ ଗଣମାଧ୍ୟମର ଭୂମିକା ଅଗ୍ରଣୀ . ତେବେ ସାମ୍ବାଦିକ ଙ୍କୁ ନୂଆଗାଁ ବ୍ଳକ ପ୍ରଶାସନ ଅଣଦେଖା କରୁଥିବା ଘଟଣାକୁ ବିଭିନ୍ନ ସାମ୍ବାଦିକ ସଙ୍ଘ ନିନ୍ଦା କରିଛନ୍ତି । ଖବରରୁ ପ୍ରକାଶ ନୂଆଗାଁ ବ୍ଳକ ସମିତି ବୈଠକ ସବୁ ସମୟରେ ବ୍ଲକ ସଭାଗୃହରେ ହୋଇଥାଏ । ଏବଂ ବ୍ଲକ କର୍ତ୍ତୃପକ୍ଷ ସମସ୍ତ ଗଣମାଧ୍ୟମ ଙ୍କୁ ଖବର ଦିଅନ୍ତି । ଏମିତିକି ପୂର୍ବରୁ ଡିମିରୀ ପଲ୍ଲୀ ଫରେଷ୍ଟ ବଙ୍ଗଳା ରେ ହୋଇଥିବା ସମିତି ବୈଠକକୁ ସମସ୍ତ ନୂଆଗାଁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଡକା ଯାଇଥିଲା । କିନ୍ତୁ ଶେଷ ସମିତି ବୈଠକ ଗଣିଆ ବ୍ଲକର ବଡମୂଳ ଠାରେ ଅନୁଷ୍ଠିତ ହୋଇଥିବା ସମୟରେ କୌଣସି ଗଣମାଧ୍ୟମକୁ ଖବର ନ ଦେବା ହେତୁ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏମିତିକି ଆଗାମୀ ଦିନରେ ବ୍ଲକ ର କୌଣସି ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ନ ଦେବାପାଇଁ ନିଷ୍ପତ୍ତି ନିଆଯାଉଛି । ବ୍ଲକ ପ୍ରଶାସନ ର ଏହିଭଳି ମନମୁଖୀ କାର୍ଯ୍ୟ କୁ ବିଭିନ୍ନ ରାଜନୈତିକ ଦଳ ନିନ୍ଦା କରିବା ସହିତ କିଛି ଗୁପ୍ତ ତଥ୍ୟ ପଦାକୁ ଆସିଯିବା ଭୟରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସମିତି ବୈଠକ ଠାରୁ ଦୁରେଇ ରଖା ଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।

Exit mobile version