Site icon Awaj Media

ବାଣପୁର ଶାଳିଆ ଡ୍ୟାମରେ ସରିଲା ପକ୍ଷୀ ଗଣନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ରାଜ୍ୟରେ ପକ୍ଷୀ ଗଣନା ଚାଲିଥିବା ବେଳେ ଦୁଇ ଦିନ ତଳେ ସମଗ୍ର ଚିଲିକାରେ ପକ୍ଷୀ ଗଣନା ସମ୍ପନ୍ନ ହୋଇଛି . ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଧିନସ୍ଥ ଶାଳିଆ ଡ୍ୟାମରେ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା, ବାଲୁଗାଁ ବନବିଭାଗ ଅନ୍ତର୍ଗତ ଧୂଆଁନଳି ବିଟ୍ ହାଉସ୍ ର କର୍ମଚାରୀ ମାନେ ବୁଧବାର ଦିନ ତମାମ ୨୪୫ ବର୍ଗ କିଲୋମିଟର ବିଶିଷ୍ଟ ଶାଳିଆ ଡ୍ୟାମ ରେ ପକ୍ଷୀ ଗଣନା କରିଥିଲେ . ଏ ନେଇ ଗତକାଲି ଏହାର ରିପୋର୍ଟ ପ୍ରକାଶ ପାଇଛି ରିପୋର୍ଟ ମୁତାବକ, ଶାଳିଆ ଡ୍ୟାମରେ ସମୁଦାୟ ୩୫୦ଟି ପକ୍ଷୀ ଚିହ୍ନଟ ହେଇଥିବା ବେଳେ ସେଥି ମଧ୍ୟରୁ ୫ଟି ଗ୍ରେ ହେରେନ୍, ୨୨ ଟି କାଉ, ୩୫ ଟି ବଗ,୧୨ଟି କଜଳପାତିଆ,୧୫ଟି ମାଛରଙ୍ଗା,୨୫ଟି ଗେଣ୍ଡଳିଆ ସମେତ ୧୬ଟି ଡାହୁକ ଏବଂ ୨୨୦ଟି ପାଣିକୁଆ ଚିହ୍ନଟ କରାଯାଇଛି ।

Exit mobile version