Site icon Awaj Media

ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ନୟାଗଡ ଶାଖାର ବାର୍ଷିକ ଉତ୍ସବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ନୟାଗଡ ଶାଖା ର ବାର୍ଷିକ ଉତ୍ସବ ନୟାଗଡ ରୋଟାରୀ ଭବନ ଠାରେ ଡ.ଜ୍ୟୋସ୍ନାମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜାତୀୟ ସଭାପତି ଡ. ଅଭିନ୍ନ କୁମାର ହୋତା, ରାଜ୍ୟ ସମ୍ପାଦିକା ଅନୁ ଭଲ୍ଲା, ପ୍ରଭାମୟୀ ମିଶ୍ର, ପ୍ରଭାତ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଡ. ଅଖିଳ କୁମାର ମହାରଣା, ସମ୍ପାଦିକା ସରଳା ପଟ୍ଟନାୟକ, ସହ ସମ୍ପାଦକ ଯୁଗଳ ଚରଣ ପଟ୍ଟନାୟକ, ଆଇନ ପରାମର୍ଶ ଦାତା ରମେଶ ଚନ୍ଦ୍ର ଚମ୍ପତି ରାୟ, ପ୍ରଫେସର ହରେକୃଷ୍ଣ ସାହୁ , ରୋଟାରୀଆନ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସଂଗଠନ ର ସଦସ୍ୟା ସୌଦାମିନୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ସରଳା ପଟ୍ଟନାୟକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମାନବିକ ଅଧିକାର କଣ ସେ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏବଂ କିପରି କାର୍ଯ୍ୟ କରି ଲୋକ ମାନଙ୍କୁ ସାହାଯ୍ୟ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରିଶେଷରେ ଯୁଗଳ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version