Site icon Awaj Media

ନାହାନ୍ତି ସ୍ଥାୟୀ ସମ୍ପାଦକ : ସେବା ସମବାୟ ସମିତିରେ ଚାଲିଛି ପିଅନ ରାଜ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସେବା ସମବାୟ ସମିତି ପିଅନ ବନିଛନ୍ତି ସମ୍ପାଦକ । ଧାନ ବିକ୍ରି ଟୋକନ ଦେବାରେ କରୁଛନ୍ତି ପ୍ରିୟା ପ୍ରୀତି । ପଚାରିଲେ ଦୁର୍ବ୍ୟବହାର କରିବା ସହ କହୁଛନ୍ତି ତୁମେ ବିଜେଡି ଦଳ ଲୋକ ତୁମକୁ ଦିଆଯିବ ନାହିଁ । ଏପରି ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ହନୁମନ୍ତିଆ ର ଗ୍ରାମବାସୀ । ସୂଚନା ଅନୁଯାୟୀ ହନୁମନ୍ତିଆ ସେବା ସମବାୟ ସମିତି ରେ ସ୍ଥାୟୀ ସମ୍ପାଦକ ନଥିବାରୁ ପିଅନ ଜଣକ ସମ୍ପାଦକ ଚାର୍ଜ ରେ ରହି ଚଳାଇଛନ୍ତି ମନମାନି । ଯେଉଁ ଚାଷୀ ମାନଙ୍କର ଅଧିକ ଚାଷଜମି ଅଛି ସେମାନଙ୍କୁ କମ ଧାନ ବିକ୍ରି କରିବାର ଟୋକନ ଦିଆ ଯାଇଥିବା ବେଳେ କମ ଜମି ଥିବା ଚାଷୀ ମାନଙ୍କୁ ଅଧିକ ଧାନ ବିକ୍ରି କରିବାର ଟୋକନ ଦିଆଯାଇଛି । ଦଲାଲ ବ୍ୟବସାୟୀ ଙ୍କୁ ହାତ କରି ଟୋକନ ବ୍ୟବସାୟ କରାଯାଉଛି । ପ୍ରତିବାଦ କଲେ ସମ୍ପୃକ୍ତ ପିଅନ ଜଣଙ୍କ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଇଛି । ଘଟଣାର ତଦନ୍ତ କରି ଚାଷୀ ମାନଙ୍କୁ ଉପଯୁକ୍ତ ନ୍ୟାୟ ଏବଂ ନୂତନ ସମ୍ପାଦକ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ଗ୍ରାମବାସୀ ।

Exit mobile version