Site icon Awaj Media

ପ୍ଲାଷ୍ଟିକ ବର୍ଜନ : ରୋଗରୁ ମୁକ୍ତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ ପରିପ୍ରେକ୍ଷିରେ ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏକ ସଚେତନତା ରାଲି ଆୟୋଜିତ ହୋଇଯାଇଛି । ଜନସାଧାରଣ ପ୍ଲାଷ୍ଟିକ ବର୍ଜନ ପାଇଁ ଶପଥ ନିଅନ୍ତୁ ଏବଂ ରୋଗରୁ ମୁକ୍ତ ରହନ୍ତୁ ବୋଲି ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ମ୍ୟୁନିସିପାଲଟି କାର୍ଯ୍ୟାଳୟ ଠାରୁ ବାହାରି ପଠାଣି ସାମନ୍ତ ଅଡିଟୋରିୟମ ପର୍ଯ୍ୟନ୍ତ ଆସିଥିବା ଏହି ରାଲିରେ ସ୍ୱଚ୍ଛ ସାଥି, ସ୍ୱଚ୍ଛତା ସୁପରଭାଇଜର , ଝାଡ଼ୁଦାର ମାନେ ଯୋଗଦେଇ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ ।

ଅଡିଟୋରିୟମ ଠାରେ ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗଦେଇ ପ୍ଲାଷ୍ଟିକ ଦ୍ରବ୍ୟ , ପଲିଥିନ ବର୍ଜନ ଏକ ଭଲ ପଦକ୍ଷେପ ଏବଂ ଏହା ଦ୍ୱାରା ବ୍ୟାପୁଥିବା ବିଭିନ୍ନ ରୋଗ ସମ୍ପର୍କରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ , ସାନିଟାରୀ ଇନିସପେକ୍ଟର ଲକ୍ଷ୍ମୀଧର ସାହୁ , ଗଜେନ୍ଦ୍ର ମହାରଣା , ମନୋଜ ଜେନା, ଦିନବନ୍ଧୁ ମଲ୍ଲିକ , ଇନ୍ଦ୍ରମଣି ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version