Site icon Awaj Media

ସ୍ୱାଧୀନ ଫାଉଣ୍ଡେସନ ପକ୍ଷରୁ ପଚାଶ ଜଣଙ୍କୁ କମଳ ବଣ୍ଟନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ଜିଲ୍ଲା ବାଉଁଶପାଳ ପଞ୍ଚାୟତ ର ଲିମ୍ବୁପାଳ, ଟାସିର୍ ମାଝି ସାହି ରେ ସାମାଜିକ ସଂଗଠନ ସ୍ୱାଧୀନ ଫାଉଣ୍ଡେସନ ପକ୍ଷରୁ ପଚାଶ ଜଣଙ୍କୁ କମଳ ବଣ୍ଟନ କରାଯାଇଛି . ବଢୁଥିବା ଶୀତର ପରକପକୁ ଆଖି ଆଗରେ ରଖି ସ୍ୱାଧୀନ ଫାଉଣ୍ଡେସନ ର ଉପସଭାପତି ଶ୍ରୀମତୀ ପଙ୍କଜିନି ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି . ଏଥିରେ ସହଯୋଗ ର ହାତ ବଢ଼ାଇଥିଲେ ରଣଜିତ ପ୍ରଧାନ , ରମେଶ ଚନ୍ଦ୍ର ପ୍ରଧାନ , ବାବୁଲି ନାଥ , ରଂଜିତ ମହାପାତ୍ର ପ୍ରମୂଖ ବ୍ୟକ୍ତି ବିଶେଷ . ଏହି କାର୍ଯ୍ୟକ୍ରମ ରେ ସମସ୍ତ ସହଯୋଗ କରିଥିବାରୁ ଫାଉଣ୍ଡେସନ ର ପ୍ରତିଷ୍ଠାତା ବାପି ମହାନ୍ତି ସମସ୍ତ କୁ କୃତଜ୍ଞତା ଜଣାଇଥିଲେ .

Exit mobile version