ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମେଡିକାଲ ରେ କିଶୋର କିଶୋରୀ ମାନଙ୍କୁ ଟୀକା କରଣ ରେ ଦେଖା ଯାଇଛି ଅବ୍ୟବସ୍ଥା . ସାରା ଭାରତ ବର୍ଷରେ କରୋନାର ଭିନ୍ନ ଭିନ୍ନ ଭାରିଏଣ୍ଟ ଏବଂ ଓମିକ୍ରନର ପ୍ରାଦୁର୍ଭାବକୁ ସମ୍ପୂର୍ଣ୍ଣ ପ୍ରତିହତ କରିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଏକ ବ୍ୟାପକ ଅଭିଯାନ . ଆମ ଦେଶର ଭବିଷ୍ୟତ ୧୫ ରୁ ୧୮ ବର୍ଷର କିଶୋର କିଶୋରୀ ଙ୍କୁ ସ୍ଵତନ୍ତ୍ର ଟୀକା କରଣ କାର୍ଯ୍ୟକ୍ରମ ମାଧ୍ୟମରେ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଯାଇଛି ଏହି ଅଭିଯାନ । ଏହି କ୍ରମରେ ବାଣପୁର ମେଡିକାଲ ପରିସରରେ କେବଳ ଗୋଟିଏ ଟୀକା କେନ୍ଦ୍ର ଖୋଲା ଯାଇଥିବା ବେଳେ ମାରାର୍ତ୍ମକ ଭୁତାଣୁ କୋରନା ଠୁ ଦୁରେଇବାକୁ କିଶୋର କିଶୋରୀ ମାନେ ଟୀକା ନେଉଥିବା ବେଳେ ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଟୀକାକରଣ ରେ ଘୋର ଅବ୍ୟବସ୍ଥା . ଗତକାଲି ବାଣପୁର ଅଞ୍ଚଳରୁ ଓମିକ୍ରନ୍ ପଜେଟିଭ ବାହାରି ଥିବା ବେଳେ ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ କୌଣସି ଗାଇଡ୍ କରୁ ନଥିବା ବେଳେ କିଶୋର କିଶୋରୀ ମାନେ କୋଭିଡ କଟକଣାକୁ ଫୁଁ କରି ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏବଂ କାହା ମୁହଁରେ ମାସ୍କ ନ ଥାଇ ଟୀକା ନେଉଥିବା ର ଦେଖିବାକୁ ମିଳିଛି ।
ବାଣପୁର ମେଡିକାଲ ପରିସରରେ ଟୀକା କରଣରେ ଅବ୍ୟବସ୍ଥା !!!

