Site icon Awaj Media

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲାଇ ତାଲିମ କାର୍ଯ୍ୟକ୍ରମର ଉଦଘାଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲାଇ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ହୋଇଛି । ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୨୬ ଜଣ ସ୍ଵୟଂ ସହାୟିକା ଗ୍ରୁପ ସଦସ୍ୟା ଏବଂ ସେମାନଙ୍କର ପରିବାରର ମହିଳା ସଭ୍ୟା ତାଲିମ ନେବେ । ଉଦଘାଟନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵ କରିଥିଲେ ।

ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଅଶୋକ କୁମାର ପାଲ ମୁଖ୍ୟ ଅତିଥି, ଜିଲ୍ଲା ଲିଡ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାଇକ, ସିଲାଇ ଶିକ୍ଷୟତ୍ରୀ ଶ୍ରୀମତୀ ଏ. ବାଳମଣି ଆଚାରୀ ଓ ଜିଲ୍ଲା ଶିଲ୍ପ କେନ୍ଦ୍ରର ସହାୟକ ପ୍ରବନ୍ଧକ ସୁନାରାମ ସିଂ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version