Site icon Awaj Media

ନାମନଗଡ ଗ୍ରାମରେ ଅଗରବତୀ ନିର୍ମାଣ ତାଲିମ କାର୍ଯ୍ୟକ୍ରମରେ ଅଗରବତୀ ଉତ୍ପାଦନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ନାମନଗଡ ଗ୍ରାମରେ ଅଗରବତୀ ନିର୍ମାଣ ତାଲିମ କାର୍ଯ୍ୟକ୍ରମରେ ଅଗରବତୀ ଉତ୍ପାଦନ ଆରମ୍ଭ . ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ନାମନଗଡ ଗ୍ରାମରେ ଚାଲିଥିବା ଦଶ ଦିନିଆ ଅଗରବତୀ ନିର୍ମାଣ ତାଲିମ କାର୍ଯ୍ୟକ୍ରମରେ ତାଲିମ ପାଉଥିବା ସ୍ଵୟମ ସହାୟକ ଗୋଷ୍ଠୀର ମା ମାନେ ଅଗରବତୀ ଉତ୍ପାଦନ କରିବା ଶିଖୁଛନ୍ତି। ସୁଦୂର ବେଲପାହାଡରୁ ଆସିଥିବା ଅଗରବତୀ ଉତ୍ପାଦନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ଵାଇଁ ଗୁମ୍ମା ବ୍ଲକର ନାମନଗଡ ଗ୍ରାମ ପଞ୍ଚାୟତର ମୋଟ ୩୫ ଜଣ ସ୍ଵୟଂ ସହାୟିକା ଗ୍ରୁପ ସଦସ୍ୟା ମହିଳା ମାନଙ୍କୁ ତାଲିମ ଦେଉଛନ୍ତି। ଗତ ୦୬.୦୧.୨୦୨୨ ରୁ ଆରମ୍ଭ ହେଇଥିବା ଏହି ତାଲିମ ଆସନ୍ତା ୧୫.୦୧.୨୦୨୨ ଦିନ ଶେଷ ହେବ। ଶେଷଦିନ ବାହାରୁ ଆସିଥିବା ପରୀକ୍ଷକଙ୍କ ଦ୍ଵାରା ପରୀକ୍ଷା କରାଯିବ। ସମସ୍ତ ପ୍ରତିଭାଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ମାଗଣାରେ ତାଲିମ ଏବଂ ଖାଦ୍ୟ ଯୋଗାଇ ଦିଆଯିବ। ତାଲିମ ସରିଗଲା ପରେ ନିଜ ସୁବିଧା ମୁତାବକ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ।

Exit mobile version